ସତ୍ୟଶିଖା (ମାଲକାନଗିରି) ୧୬/୧୨/୨୦୨୦ : ପାଦରେ ଚାଲି ଚାଲି ୪ ଘଂଟା ପରେ ମାଓ ଇଲାକାରେ ପହଂଚିଲେ । ଗାଁରେ ଲୋକଙ୍କୁ ସ୍ୱାସ୍ଥ୍ୟସେବା ବି ଯୋଗାଇଲେ । ୮ କିମି ର ପାହାଡି ରାସ୍ତାରେ ଅତିକ୍ରମ କରି ଗାଁରେ ପହଂଚି ଲୋକଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିଛି ମେଡିକାଲ ଟିମ୍ । ମାଲକାନଗିରି ଜିଲା ମାଥିଲି ବ୍ଲକ ଅନ୍ତର୍ଗତ ମାଓଦୁର୍ଗ ଦଣ୍ଡିପଦର ଠାରେ ସ୍ୱାସ୍ଥ୍ୟ ଶିବିର ଆୟୋଜନ କରି ଫେରିଛନ୍ତି ମାଥିଲିର ସ୍ୱତନ୍ତ୍ର ମେଡିକାଲ ଟିମ୍ । ମାଥିଲି ଭାରପ୍ରାପ୍ତ ସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ଅମୀୟ କୁମାର ସ୍ୱାଇଁଙ୍କ ନେତୃତ୍ୱରେ ୧୦ ଜଣିଆ ଟିମ୍ କରି ପାହାଡି ଗାଁରେ ସ୍ୱାସ୍ଥ୍ୟ କ୍ୟାମ୍ପ କରାଯାଇଛି । ଘଂଚ ଜଙ୍ଗଲ ଓ ପାହାଡି ରାସ୍ତାକୁ ଅତିକ୍ରମ କରି ଦଣ୍ଡିପଦରରେ ସ୍ୱାସ୍ଥ୍ୟ ସଚେତନ କରିଛନ୍ତି ।
ମେଡିକାଲ ଦଳ ପହଞ୍ଚିଲା ପାହାଡି ଗାଁରେ
