ନ୍ୟୁଜ୍ରାଜ୍ୟ

ନନ୍ଦଦକାନନ ପ୍ରାଣୀ ଉଦ୍ୟାନର ଧଳା ବାଘୁଣୀ ‘ମୌସୁମୀ’ ମା’ ହେବାକୁ ଯାଉଛି

ସତ୍ୟଶିଖା(ବାରଙ୍ଗ )୧୮.୧୦ .୨୦୨୧:  ନନ୍ଦଦକାନନ ପ୍ରାଣୀ ଉଦ୍ୟାନ ପାଇଁ ଖୁସି ଖବର । ଧଳା ବାଘୁଣୀ ‘ମୌସୁମୀ’ ମା’ ହେବାକୁ ଯାଉଛି । ପ୍ରାଣୀ ଉଦ୍ୟାନର ୨୦ ନମ୍ବର ଖୁଆଡ଼ ପଛ ପାଖରେ ରହୁଥିବା ଧଳା ବାଘୁଣୀକୁ ଖୁଆଡ଼ ଚାରିପାଖରୁ ଆବଦ୍ଧ କରି ରଖାଯାଇଛି । ସିସି ଟିଭି ଲଗାଯାଇ ତା ଉପରେ ନଜର ରଖାଯାଇଛି । ମୌସୁମୀ ଗର୍ଭ ଧାରଣ କରିବା ପରଠାରୁ ତାର ସ୍ୱତନ୍ତ୍ର ଭାବରେ ଚିକିତ୍ସା କରାଯାଉଛି । ଖାଦ୍ୟ ସହିତ ବିଭିନ୍ନ ଭିଟାମିନ ଓ ଓଆରଏସ ଦିଆଯାଉଛି । ସେ ଏବେ ମଇଁଷି ମାଂସ ଖାଇବା ଛାଡ଼ିଦେଇଛି । କେବଳ କୁକୁଡ଼ା ମାଂସ ଖାଉଛି । ବର୍ତ୍ତମାନ ତା’ର ଗର୍ଭଧାରଣ ପ୍ରାୟ ୯୩ ଦିନ ହୋଇଛି । ୯୫ ରୁ ୧୦୨ ଦିନ ଭିତରେ ସନ୍ତାନ ପ୍ରସବ କରିବା ନେଇ ଅନୁମାନ କରାଯାଉଛି ।

ନନ୍ଦନକାନନ ଇତିହାସରେ ପ୍ରଥମ ଦୁଇଟି ସମ ବୟସର ଧଳା ବାଘ ସାହିଲ ଓ ବାଘୁଣୀ ମୌସୁମୀର ମିଳନ କରାଯାଇଛି । ୨୦୧୬ରେ ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଉଭୟେ ଜନ୍ମ ଗ୍ରହଣ କରିଥିଲେ । ବର୍ତ୍ତମାନ ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ୨୭ ଟି ବାଘ ଓ ବାଘୁଣୀ ଅଛନ୍ତି । ସେଥିମଧ୍ୟରୁ ୨ଟି ଧଳା ବାଘ ଓ ୪ଟି ବାଘୁଣୀ ଅଛନ୍ତି ।

Show More
Back to top button