ମାତା ବୈଷ୍ଣୋ ଦେବୀ ମନ୍ଦିର ପରିସର ସୁନ୍ଦର କରିବାକୁ ହୋଇଛି ମାଷ୍ଟର ପ୍ଲାନ l

ସତ୍ୟଶିଖା ( ନୂଆଦିଲ୍ଲୀ ) ୦୯.୦୮.୨୦୨୦ :  ମୌସୁମୀ ଆସିବା ମାତ୍ରେ ଜମ୍ମୁ, ହିମାଚଳ, ଉତ୍ତରାଖଣ୍ଡର ଅନେକ ସ୍ଥାନରେ ଭୂସ୍ଖଳନ ଦେଖିବାକୁ ମିଳିଥାଏ । ପ୍ରତିବର୍ଷ ହଜାର ହଜାର ସଂଖ୍ୟାରେ ଗଛ ଗୁଡିକ ଏହାଦ୍ୱାରା ନଷ୍ଟ ହୋଇଯାଏ । କିନ୍ତୁ ପ୍ରକୃତି ପୁଣି ସବୁଜିମା ହୋଇଯାଏ । ଜମ୍ମୁର କାଟ୍ରାଠାରେ ଥିବା ମାତା ବୈଷ୍ଣୋ ଦେବୀଙ୍କ  ରାସ୍ତକୁ ଆହୁରି ସୁନ୍ଦର କରିବା ପାଇଁ ଅଣ୍ଟା ଭିଡ଼ିଛି ବନ ବିଭାଗ । ପୁରା କାଟ୍ରା ସହରକୁ ଗ୍ରୀନ କରିବା ପାଇଁ ପ୍ରସ୍ତୁତ ହୋଇଛି ମାଷ୍ଟର ପ୍ଲାନ । ଗ୍ରୀନ କାଟ୍ରା ସ୍ଲୋଗାନ ମଧ୍ୟରେ ଜୋର ସୋର ବୃକ୍ଷରୋପଣ କରାଯାଉଛି । ଏହି ଅଭିଯାନରେ ବନ ବିଭାଗ, ପୋଲିସ, ସ୍ଥାନୀୟ ପୌରସଂସ୍ଥା ଏବଂ ଲୋକମାନେ ବୃକ୍ଷରୋପଣରେ ଯୋଗ ଦେଇଛନ୍ତି । ଏଥିପାଇଁ ମାତା ବୈଷ୍ଣ ଦେବୀ ରାସ୍ତାରେ ପଡୁଥିବା ବାନ ଗଙ୍ଗା, ଚରଣ ପାଦୁକା ଠାରେ ବିଭିନ୍ନ ପ୍ରଜାତିର ସୁନ୍ଦର ସୁନ୍ଦର ଆକର୍ଷଣୀୟ ଗଛ ଲଗାଯାଉଛି । ବର୍ତ୍ତମାନ ମୌସୁମୀ ଏବଂ ଲୋକମାନଙ୍କର ଯାତାୟତ ନଥିବାରୁ ଏହି କାର୍ଯ୍ୟ ସହଜ ହେଉଥିବା ସେମାନେ କହିଛନ୍ତି ।

Exit mobile version