ପୁଣି ମାଓବାଦୀଙ୍କ ଲଙ୍କାକାଣ୍ଡ : ଜାଳିଦେଲେ ବ୍ରିଜ୍ ନିର୍ମାଣରେ ନିୟୋଜିତ ୭ଟି ଗାଡି

ସତ୍ୟଶିଖା( ମାଲକାନଗିରି )୨୩.୦୨.୨୦୨୨ : ଛତିଶଗଡ-ତେଲେଙ୍ଗାନା ସୀମାରେ ପୁଣି ମାଓବାଦୀଙ୍କ ହିଂସାକାଣ୍ଡ। ତେଲେଙ୍ଗାନାର ଡୁମାଗୁଡାମ ଅଞ୍ଚଳରେ ଚିଣ୍ଟାଗୁଫା ବ୍ରିଜ ନିର୍ମାଣରେ ନିୟୋଜିତ ସାତୋଟି ଗାଡିରେ ନିଆଁ ଲଗାଇଦେଲେ ମାଓବାଦୀ। ଏହା ସହ ୩ଟି ଟ୍ରାକ୍ଟର ସେମାନଙ୍କ ସହିତ ଜଙ୍ଗଲକୁ ନେଇ ଯାଇଛନ୍ତି। ଗତକାଲି ରାତିରେ ଏଭଳି କାଣ୍ଡ ଘଟାଇଛନ୍ତି ମାଓବାଦୀ। ସୂଚନା ମୁତାବକ, ୨୫ ରୁ ୩୦ ଜଣ ମାଓବାଦୀ ଆସି ଗାଡି ଗୁଡିକର ଡିଜେଲ ଟାଙ୍କି ଭାଙ୍ଗି ନିଆଁ ଲଗାଇ ଦେଇଥିଲେ। ସେଠାରେ ଥିବା ସେତୁ କାର୍ଯ୍ୟକୁ ବିରୋଧ କରି ଆସୁଥିଲେ ମାଓବାଦୀ।ଏହି ଘଟଣା ପରେ ପୋଲିସ ସେହି ଅଞ୍ଚଳରେ କମ୍ବି ଅପରେସନ ଜୋରସୋର କରିଛି।

Exit mobile version