

ସତ୍ୟଶିଖା (ନବରଙ୍ଗପୁର) ୧୭ .୦୩.୨୦୨୧: ଗଛ କାଟି ରାସ୍ତା ଅବରୋଧ କଲେ ମାଓବାଦୀ । ନବରଙ୍ଗପୁର ଜିଲ୍ଲା ରାଇଘର ହାତୀଗାଁ ରାସ୍ତାରେ ଗଛ କାଟି ରାସ୍ତା ଅବରୋଧ କରିଛନ୍ତି ମାଓବାଦୀ । ଘଟଣାସ୍ଥଳରେ ମାଓ ପୋଷ୍ଟର ଓ ବ୍ୟାନର୍ ଲଗାଯାଇଛି । ଖବର ଅନୁଯାୟୀ, ନବରଙ୍ଗପୁର ଜିଲ୍ଲା ରାଇଘର ହାତୀଗାଁ ରାସ୍ତାରେ ଗଛ କାଟି ରାସ୍ତା ଅବରୋଧ କରିଛନ୍ତି ମାଓବାଦୀ । ରାସ୍ତା ଅବରୋଧ ସ୍ଥାନରେ ଟିଫିନ୍ ବୋମା ମଧ୍ୟ ଖଞ୍ଜାଯାଇଥିବାର ଦେଖିବାକୁ ମିଳିଛି । ଏପରିକି ଘଟଣାସ୍ଥଳରେ ପୋଷ୍ଟର ଓ ବ୍ୟାନର୍ ମରାଯାଇଛି । ପୋଷ୍ଟର ଓ ବ୍ୟାନରେ ଜଙ୍ଗଲରୁ ଗଛ କଟାକୁ ଜୋରଦାର ବିରୋଧ କରିବା ସହ ଜଙ୍ଗଲ ଜାତ ଦ୍ରବ୍ୟର ମୂଲ୍ୟ ନିର୍ଦ୍ଧାରଣ କରି ଶ୍ରମିକଙ୍କୁ ଉଚିତ୍ ମୂଲ୍ୟ ପ୍ରଦାନ ପାଇଁ ଦାବୀ ରହିଛି ।
ସେହିପରି କେନ୍ଦ୍ର ସରକାରଙ୍କ ଜଙ୍ଗଲ ନୀତିକୁ ବିରୋଧ କରି ଆନ୍ଦୋଳନ କରିବାକୁ ମେନପୁର-ନୂଆପଡା ମାଓବାଦୀ ଡିଭିଜନ ପକ୍ଷରୁ ଆହ୍ୱାନ ଦେଇଛି । ଏହିଭଳି ୧୧ଟି ଦାବି ସଂପର୍କରେ ପୋଷ୍ଟର ଉଲ୍ଲେଖ ରହିଛି । ତେବେ ହାତୀଗାଁରୁ ୫ କିମି ପୂର୍ବରୁ ମାଓବାଦୀମାନେ ରାସ୍ତା ଅବରୋଧ କରିଥିବା ବେଳେ ବର୍ତ୍ତମାନ ସୁଦ୍ଧା ଘଟଣାସ୍ଥଳରେ ପହଞ୍ଚିନାହିଁ ରାଇଘର ପୋଲିସ ।