ସଫଳତାର ମନ୍ତ୍ର

ସତ୍ୟଶିଖା (ଭୁବନେଶ୍ୱର) ୨୨ /୧୨/୨୦୨୦ : ହିନ୍ଦୁ ଧର୍ମରେ ଶ୍ରୀମଦ ଭାଗବତ ଗୀତାକୁ ସର୍ବଶ୍ରେଷ୍ଠ ବେଦ ବା ଶାସ୍ତ୍ର ବୋଲି କୁହାଯାଏ । ଗୀତାରେ ସବୁ ସମସ୍ୟାର ସମାଧାନ ରହିଛି । ଗୀତାରେ ଭଗବାନ ଶ୍ରୀକୃଷ୍ଣ କହିଛନ୍ତି ଯେ, ନିଜ ଆଚରଣକୁ ନେଇ ମଣିଷ ସର୍ବଦା ଗମ୍ଭୀର ଓ ସତର୍କ ରହିବା ଉଚିତ । ଯେଉଁ ବ୍ୟକ୍ତି ନିଜ ଆଚରଣକୁ ନେଇ ସତର୍କ ରୁହଂତିନୀ ସେମାନଙ୍କୁ ନାନା ସମସ୍ୟାର ସମ୍ମୁଖୀନ ହେବାକୁ ପଡିଥାଏ । ଭଗବାନ ଶ୍ରୀକୃଷ୍ଣ କହିଛନ୍ତି,

यद्यदाचरति श्रेष्ठस्तत्तदेवेतरो जन: ।

स यत्प्रमाणं कुरुते लोकस्तदनुवर्तते ॥

ଗୀତାର ଏହି ଉପଦେଶର ଅର୍ଥ ହେଲା, ମହାନ ବ୍ୟକ୍ତିଙ୍କ ଆଚରଣକୁ ଅନ୍ୟମାନେ ମଧ୍ୟ ଅନୁସରଣ କରନ୍ତି । ସେଥିପାଇଁ ନିଜ ଆଚରଣକୁ ନେଇ ଅନ୍ୟମାନଙ୍କ ପ୍ରତି ଗମ୍ଭୀର ରହିବା ଉଚିତ ଏବଂ ସମସ୍ତଙ୍କୁ ସମ୍ମାନ କରିବା ଉଚିତ । ଯଦି ଆପଣ ଜଣଙ୍କ ଠାରୁ ଖରାପ ବ୍ୟବହାର ଆଶା କରୁଣାନହଂତି ତାହେଲେ ତାଙ୍କ ସହ ମଧ୍ୟ ଖରାପ ବ୍ୟବହାର କରିବା ଉଚିତ ନୁହେଁ । କାରଣ କଥାରେ ଯାହା ଦେବ ବଦଳରେ ତାହା ପାଇବ । ସମ୍ମାନ ଦେଲେ ହିଁ ସମ୍ମାନ ମିଳିଥାଏ ।ଚାଣକ୍ୟଙ୍କ ଚାଣକ୍ୟ ନୀତି ବି ଏହା ହିଁ ଉପଦେଶ ଦିଏ । ଚାଣକ୍ୟଙ୍କ ଅନୁଯାୟୀ, ବ୍ୟକ୍ତି ପଦ-ପ୍ରତିଷ୍ଠା ଓ ଧନ ଯୋଗୁଁ ଶ୍ରେଷ୍ଠ ହୋଇନଥାଏ । ବ୍ୟକ୍ତି ନିଜର ଭଲ ବ୍ୟବହାର ଓ ଆଚରଣ ଦ୍ୱାରା ଶ୍ରେଷ୍ଠ ହୋଇଥାଏ । ସେଥିପାଇଁ ମଣିଷକୁ ସର୍ବଦା ଖରାପ ଅଭ୍ୟାସରୁ ଦୁରେଇ ରହିବା ଆବଶ୍ୟକ । କାରଣ ଖରାପ ଅଭ୍ୟାସ ମଣିଷର ପ୍ରତିଭା ବିନାଶ କରିଥାଏ । ସେଥିପାଇଁ ଜୀବନରେ ସଫଳ ହେବାକୁ ହେଲେ ଖରାପ ଅଭ୍ୟାସ ଛାଡି ଭଲ ଅଭ୍ୟାସ ଆପଣେଇବା ଆବଶ୍ୟକ ।

ନିନ୍ଦା ଅପବାଦରୁ ମଣିଷକୁ ଦୁରେଇ ରହିବା ଆବଶ୍ୟକ । ଯିଏ ଅନ୍ୟମାନଙ୍କ ଖରାପ ଚିନ୍ତା କରେ ବା ଅନ୍ୟମାନଙ୍କୁ ନିନ୍ଦା କରେ, ସେ ବ୍ୟକ୍ତି ଦିନେ ନିଜେ ହିଁ ଏହିସବୁ ଖରାପ ଗୁଣର ଅଧିକାରୀ ହୋଇଯାଏ । ଆରମ୍ଭରେ ନିନ୍ଦା କରିବାରେ ମଜା ଆସିଥାଏ କିନ୍ତୁ ଧୀରେ ଧୀରେ ସବୁ ଖରାପ ଗୁଣ ନିଜ ଭିତରକୁ ଆସିଥାଏ ।ଚାଣକ୍ୟଙ୍କ ଅନୁସାରେ ମଣିଷକୁ ସର୍ବଦା ଅହଂକାର ଠାରୁ ଦୁରେଇ ରହିବା ଦରକାର । ଅହଙ୍କାରୀ ବ୍ୟକ୍ତି ସବୁବେଳେ ନିଜକୁ ଶ୍ରେଷ୍ଠ ଭାବିଥାଏ ଏବଂ ଏହା ଜୀବନର ସବୁଠାରୁ ବଡ ଭୁଲ । ଏହି ଭୁଲ ଦିନେ ମଣିଷର ପତନର କାରଣ ପାଲଟିଯାଏ । ରାମାୟଣରେ ରାବଣର ଚରିତ୍ର ଏହାର ଜ୍ୱଳନ୍ତ ଉଦାହରଣ । ସମସ୍ତ ବେଦ, ଧର୍ମଗ୍ରନ୍ଥ ଉପଦେଶ ଅନୁଯାୟୀ ସଫଳ ହେବାପାଇଁ ସର୍ବ ପ୍ରଥମେ ଅହଂକାର ତ୍ୟାଗ କରିବା ଉଚିତ । ଯେ ପର୍ଯ୍ୟନ୍ତ ବ୍ୟକ୍ତି ମଧ୍ୟରେ ଅହଂକାର ରହିବ ସେ ପର୍ଯ୍ୟନ୍ତ ସେ ସ୍ନେହ ଓ ପ୍ରେମରୁ ଦୁରେଇ ରହିବ । ଲୋଭ ମଧ୍ୟ ମଣିଷର ଏକ ପ୍ରକାର ଶତ୍ରୁ । ଲୋଭ ସବୁ ପ୍ରକାର ଖରାପ ଗୁଣର କାରକ । ସେଥିପାଇଁ ଲୋଭରୁ ଦୁରେଇ ରହିବା ଉଚିତ । ଲୋଭ କରୁଥିବା ବ୍ୟକ୍ତି କେବେ ବି ସନ୍ତୁଷ୍ଟ ହୋଇନଥାଏ । ଲୋଭ ଯୋଗୁଁ ବ୍ୟକ୍ତିର ଚିତ୍ତ ଶାନ୍ତ ରହେନି ଏବଂ ସେ ସବୁବେଳେ ଅନ୍ୟମାନଙ୍କୁ ଅହଙ୍କାର କରିଥାଏ ।

Exit mobile version