ପାରଳାଖେମୁଣ୍ଡି ରାଜବଂଶୀଙ୍କ ପ୍ରମୁଖ ପର୍ବ ଅଙ୍କ ଉତ୍ସବ ନିଡାମ୍ବରରେ ପାଳିତ ହୋଇଛି l


ସତ୍ୟଶିଖା ( ଗଜପତି ) ୩୦ .୦୮.୨୦୨୦ : ପାରଳାଖେମୁଣ୍ଡି ରାଜବଂଶୀୟଙ୍କ ପ୍ରମୁଖ ପର୍ବ ଅଙ୍କ ଉତ୍ସବ ନିଡାମ୍ବରରେ ପାଳିତ ହୋଇଯାଇଛି । ପାରଳାଖେମୁଣ୍ଡି ରାଜବଂଶୀୟଙ୍କ ଅଧିଷ୍ଠାତ୍ରୀ ଦେବୀ ମାଁ ମାଣୀକେଶ୍ୱରୀ । ଗଙ୍ଗବଂଶର ଦାୟଦ ଏହି ରାଜବଂଶୀୟମାନେ ୧୫୬୬ରୁ ଏହି ଅଙ୍କପର୍ବ ପାଳନ କରିଆସୁଛନ୍ତି । ଯେଉଁ ରାଜା ଜୀବିତ ରହି ସିଂହାସନ ଅଳଙ୍କୃତ କରି ଶାସନ କରୁଥାନ୍ତି ସେମାନଙ୍କ ଶାସନର ଅଙ୍କ ମାଣୀକେଶ୍ୱରୀ ଠାରେ କଷାଯାଏ ଯଥା ଲେଖାଯାଏ ।
ସେଥିରୁ ଜଣାଯାଏ ସେହି ରାଜାଙ୍କ ଶାସନ କେତେ ବର୍ଷ ହୋଇଛି । ସେହିପରି ଗୋପୀନାଥ ଗଜପତିଙ୍କ ଦେହାନ୍ତ ପରେ କଲ୍ୟାଣି ଗଜପତି ବର୍ତ୍ତମାନର ପାରଳାଖେମୁମୁଣ୍ଡିର ରାଜସିଂହାସନର ଅଧିକାରୀ ହୋଇଥିବାରୁ ତାଙ୍କର ଶାସନର ପ୍ରଥମ ବର୍ଷ ପୂର୍ତ୍ତି ଉତ୍ସବ ପାଳନ ହୋଇଛି ନିଡାମ୍ବରରେ । ବର୍ତ୍ତମାନ ରାଜ ପରିବାରର ଦାୟୀତ ଭାବେ କଲ୍ୟାଣୀ ଦେବୀ ଗଜପତି ରହିଥିବାରୁ ପାରଳା ଇତିହାସରେ ପ୍ରଥମ ଥର କୌଣସି ରାଜ ଜେମା ଶାସନର ପ୍ରଥମ ବର୍ଷର ଅଙ୍କ କସିଛନ୍ତି ।