ସତ୍ୟଶିଖା ୦୫/୦୧/୨୦୨୧ : ମାହାଙ୍ଗା ଡବଲ ମର୍ଡର ଘଟଣାର ପର୍ଦ୍ଦାଫାଶ । ୪ ଅଭିଯୁକ୍ତକୁ ଗିରଫ କରିଛି ପୋଲିସ । ସୋମବାର ବିଳମ୍ବିତ ରାତିରେ ୫ଟି ଟିମ୍ ବିଭିନ୍ନ ସ୍ଥାନରେ ଚଢାଉ କରି ୪ ଅଭିଯୁକ୍ତକୁ ଗିରଫ କରିଛି । ମୁଖ୍ୟ ଅଭିଯୁକ୍ତ ପଞ୍ଚାନନ ସେଠୀ (୨୮) ଏବଂ ବାପା ଧ୍ରୁବ ଚରଣ ସେଠୀଙ୍କୁ ନେଇ କଟକ ଅତିରିକ୍ତ ଏସପିଙ୍କ ତତ୍ବାବଧାନରେ ଘଟଣାସ୍ଥଳକୁ ଯାଇ ମକ୍ ଡ୍ରିଲ୍ କରାଯାଇଛି । ହତ୍ୟାକାଣ୍ଡ ଘଟାଇଥିବା ଖଣ୍ଡାଟିକୁ ପୋଲିସକୁ ଦେଖାଇଥିବା ଓ ପୋଲିସ ସେହି ଖଣ୍ଡାଟିକୁ ଜବତ କରିଛି ।
କଟକ ଗ୍ରାମାଞ୍ଚଳ ଏସପି ମାହାଙ୍ଗା ଥାନାରେ ଏକ ପ୍ରେସମିଟ୍ ରେ ଏହାର ଖୁଲାସା କରିବା ସହିତ ଖୁବ୍ ଶୀଘ୍ର ଅନ୍ୟ ଅଭିଯୁକ୍ତମାନଙ୍କୁ ଧରାଯିବ ବୋଲି କହିଥିଲେ । କେଉଁ କାରଣରୁ ହତ୍ୟାକାଣ୍ଡ ହୋଇଥିଲା ବୋଲି ସାମ୍ବାଦିକମାନଙ୍କର ପ୍ରଶ୍ନର ଉତ୍ତରରେ ଏସପି କହିଥିଲେ ତଦନ୍ତ ଚାଲିଛି ପରେ ସୂଚନା ଦିଆଯିବ ।
ସୂଚନାଯୋଗ୍ୟ ଯେ ଗତ ୨ ତାରିଖରେ ସାଲେପୁର ବିଜେପି ପ୍ରଭାରୀ ତଥା ପୂର୍ବତନ ମାହାଙ୍ଗା ବ୍ଲକ୍ ଅଧ୍ୟକ୍ଷ କୁଳମଣୀ ବରାଳଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଥିଲା । ଏଥିସହ ତାଙ୍କ ସହଯୋଗୀ ପଚା ରାଉଳଙ୍କୁ ମଧ୍ୟ ମରଣାନ୍ତକ ଆକ୍ରମଣ କରାଯାଇଥିଲା । ଗୁରୁତର ଅବସ୍ଥାରେ ପଚାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା । ଗୋଟିଏ ଦିନରେ ୨ ଜଣଙ୍କୁ ହତ୍ୟା କରାଯାଇଛି । ପଚା ରାଉଳ ଏବଂ କୁଳମଣୀ ରାଉଳ ଯିବାବେଳେ ୮/୧୦ ଜଣ ଦୁର୍ବୃତ୍ତ ଆତର୍କିତ ଭାବେ ୨ ଜଣଙ୍କୁ ଆକ୍ରମଣ କରି ହତ୍ୟା କରିଥିଲେ ।