ମହାନଦୀ ଜଳ ବିବାଦ ମାମଲା ଆଜି ଟ୍ରିବ୍ୟୁନାଲରେ ଶୁଣାଣି , ୩୬ଟି ପ୍ରସଙ୍ଗ ଉପରେ l

ସତ୍ୟଶିଖା  ( ଭୁବନେଶ୍ୱର ) ୦୮.୦୮.୨୦୨୦ :  ମହାନଦୀ ଜଳ ବିବାଦ ମାମଲାରେ ଚୂଡାନ୍ତ  ହୋଇଥିବା ୩୬ଟି ପ୍ରସଙ୍ଗ ଉପରେ ଆଜି ଟ୍ରିବ୍ୟୁନାଲରେ ଶୁଣାଣି ହେବ । ଭିଡିଓ  କନଫେରେନ୍ସି ଜରିଆରେ ଶୁଣାଣି ହେବ । ଗତ ଶୁଣାଣିରେ ୩୬ ଟି ପ୍ରସଙ୍ଗ ଚୁଡାନ୍ତ କରିଥିଲେ ଟ୍ରିବ୍ୟନାଲ ।  ଏସବୁ ମାମଲା କିପରି ପରିଚାଳନା  ହେବ ତାହା ନିର୍ଦ୍ଧାରଣ କରି ପାରନ୍ତି ଟ୍ରିବ୍ୟୁନାଲ ।

ଆଜିର ଶୁଣାଣି ପୂର୍ବରୁ ଓଡିଶା  ସମସ୍ତ ଆବଶ୍ୟକ ଦସ୍ତାବିଜ ଦାଖଲ କରିଛି ।  କିନ୍ତୁ ଛତିଶଗଡ ଓ ଅନ୍ୟ ପକ୍ଷ ଦସ୍ତାବିଜ ଦାଖଲ କରି ନଥିବା ସୂଚନା ମିଳିଛି । ମାମଲାକୁ କିଭଳି ପ୍ରଭାବଶାଳୀ  ଢଙ୍ଗରେ ଉପସ୍ଥାପନ  କରାଯିବ ସେ ନେଇ ଓଡିଶାର ଆଇନଜୀବୀ ରଣନୀତି ପ୍ରସ୍ତୁତ କରିଛନ୍ତି ।  ତେବେ ଆଜି ଶୁଣାଣି କିପରି ରହିବ ଏବଂ ଟ୍ରିବ୍ୟୁନାଲ  କିପରି ମାମଲାର ଦିଶା ନିର୍ଦ୍ଧାରଣ  କରୁଛନ୍ତି ତାହା ଉପରେ ନଜର ରହିବ ।

Exit mobile version