ନ୍ୟୁଜ୍ସ୍ୱାସ୍ଥ୍ୟ

ଶୀତଦିନେ ଜିରା ଫୁଟା ପାଣିର କରାମତି

ସତ୍ୟଶିଖା(ଭୁବନେଶ୍ୱର )୨୩.୧୧.୨୦୨୨:  ଶୀତଦିନେ ତ୍ୱଚା ଶୁଷ୍କ ହେବା ମୁଖ୍ୟ ସମସ୍ୟା । କେତେଜଣ ବିଭିନ୍ନ ପ୍ରକାରର କ୍ରିମ୍, ପ୍ୟାକ୍ ଲଗାଇ ଯତ୍ନ ନେଲେ ମଧ୍ୟ ଲାଭ ମିଳେନି । ତେବେ ଏଇ ଘରୋଇ ଉପଚାର କରିପାରିବେ । ସମସ୍ତଙ୍କ ରୋଷେଇ ଘରେ ଜିରା ନିଶ୍ଚୟ ମହଜୁଦ ଥିବ । ଜିରା ୨ ଛୋଟ ଚାମଚକୁ ୨ କପ ପାଣିରେ ୧୫ ମିନିଟ ଫୁଟାଇ ରଖନ୍ତୁ । ପାଣି ଥଣ୍ଡା ହେବା ପରେ କାଚବୋତଲରେ ଭର୍ତ୍ତି କରି ଫ୍ରିଜରେ ରଖିଦେବେ । ଚାରିଦିନ ପର୍ଯ୍ୟନ୍ତ ଏହି ପାଣିକୁ ବ୍ୟବହାର କରିହେବ । ପ୍ରତିଦିନ ମୁହଁ ଧୋଇବା ସମୟରେ ଏହି ଫୁଟା ପାଣିରେ ଅଳ୍ପ ପରିମାଣ କଳ ପାଣି ମିଶାଇ ମୁହଁ ଧୁଅନ୍ତୁ । ତ୍ୱଚା ଶୁଷ୍କ ସମସ୍ୟା ଦୂରେଇବା ସହ ବ୍ରଣ ଦାଗ ମଧ୍ୟ ଚାଲିଯିବ ।

– ବୟସର ଛାପକୁ ମଧ୍ୟ ଜିରା ପାଣି କମ୍ କରେ କୌଣସି ଘରୋଇ ପ୍ୟାକ୍ ଲଗାଇବା ସମୟରେ ଏହି ପାଣିକୁ ସେଥିରେ ମିଶାଇ ପାରନ୍ତି । ଜିରା ପାଣିର ପ୍ରୟୋଗରେ ତ୍ୱଚାରେ ଏକ ଚମକ ମଧ୍ୟ ଆସେ ।

Show More
Back to top button