ପାଗଳି ଝିଅକୁ ଯୁବକ ଟେକି ନେଲା

ସତ୍ୟଶିଖା (କଟକ) ୧୯.୧୨.୨୦୨୦ : ପାଗିଳୀକୁ ଖୋଜି ଖୋଜି ପୋଲିସ୍ ନୟାନ୍ତ। ପାଗଳି ଜଣଙ୍କ ତିନିଘରିଆ ପାଖରେ ରହୁଥିଲେ। କେହି ପାଗଳିକୁ କେହି ଯୁବକ ଟେକି ନେଇଥିବା ଜଣେ ବ୍ୟକ୍ତି ଦେଖି ପୁଲିସକୁ ଖବର ଦେବା ପରେ ତନାଘନା ଆରମ୍ଭ ହୋଇଥିଲା । କିଛି ସମୟ ପାଇଁ ପୁଲିସ ସ୍ଥାନୀୟ ଅଞ୍ଚଳକୁ ଖେଦି ପକାଇଥିଲା । ଜଣେ ମହିଳାଙ୍କ ସମ୍ନାନର ପ୍ରଶ୍ନ ହୋଇଥିବାରୁ ପୁଲିସ ତା’ର ସବୁ ବଳ ଖଟାଇ ଦେଇଥିଲା । ମାତ୍ର କିଛି ସମୟ ପରେ ଏହା ଏକ ଅପହରଣ ଘଟଣା ନୁହେଁ ବୋଲି ପୁଲିସ ସ୍ପଷ୍ଟ ହୋଇଥିଲା । ତେବେ ଏହି ଘଟଣାକୁ ନେଇ ପୁଲିସ ନାକେଦମ୍‌ ହେବାକୁ ପଡ଼ିଥିଲା ।

ସୂଚନା ଯୋଗ୍ୟ ଯେ, ରାତି ପ୍ରାୟ ୧୧ଟା । ତିନିଘରିଆ ଅଞ୍ଚଳରେ ଜଣେ ବ୍ୟକ୍ତି ତାଙ୍କ ସିସିଟିଭିରେ ଦେଖିବାକୁ ପାଇଲେ କି ମୁଖ୍ୟ ରାସ୍ତାରେ ଜଣେ ଯୁବକ ଜଣେ ଯୁବତୀଙ୍କୁ କାନ୍ଧରେ ପକାଇ ଦୌଡ଼ି ଦୌଡ଼ି ଯାଉଛନ୍ତି । ଏନେଇ ସେ ତୁରନ୍ତ ମଧୁପାଟଣା ଥାନାକୁ ଜଣାଇଥିଲେ। ରାତି ଅଧରେ ଜଣେ ଯୁବତୀଙ୍କୁ କେହି ଟେକି ନେଇଥିବା ଖବର ପାଇବା ପରେ ପୁଲିସ ତତ୍ପରତା ଦେଖାଇଥିଲା । ପୁଲିସର ଦୁଇଟି ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ତନାଘନା କରିଥିଲା। ଯେଉଁ ଅଞ୍ଚଳରେ ଏହି ଘଟଣା ଘଟିଥିଲା ସେଠାରେ ସଂପୃକ୍ତ ଯୁବତୀଙ୍କର କୌଣସି ସନ୍ଧାନ ମିଳିନଥିଲା । ଫଳରେ ପୁଲିସ ତାର ତଦନ୍ତର ପରିସୀମାକୁ ବଢ଼ାଇଥିଲା । କିଛି ସମୟ ଖୋଜାଖୋଜି ପରେ ନିର୍ଦ୍ଧିଷ୍ଟ ଏକ ସ୍ଥାନରେ ଜଣେ ଯୁବକ ଓ ଜଣେ ଯୁବତୀ ବସିଥିବା ପୁଲିସ ଦେଖିବାକୁ ପାଇଲା ।

ସେମାନଙ୍କୁ ଯାଇ ଅଧିକ ପଚରାଉଚରା କରିବାରୁ ଦୁହେଁ ମାନସିକ ରୋଗୀ ବୋଲି ଜଣାପଡ଼ିଥିଲା । କିଛି ସମୟ ପରେ ସେହି ପାଗଳ ଜଣକ ସେହି ପାଗଳିକୁ କିଛି ଦୂରରୁ ଟେକି ଟେକି ଏଠିକି ଆଣିଥିବା ସ୍ୱୀକାର କରିଥିଲା । ପାଗଳି ଜଣକ ସବୁଦିନ ସେହି ସ୍ଥାନରେ ବସନ୍ତି । ମାତ୍ର ପାଗଳି ଜଣକ ସେଠାରୁ କିଛି ଦୂରକୁ ପଳାଇଥିଲା । ପାଗଳ ଯୁବକ ତାକୁ ଖୋଜାଖୋଜି କରି ପାଇବା ପରେ ସେଠାରୁ ଟେକିଟେକି ନେଇ ନିଜ ବସା ପାଖକୁ ନେଇଆସିଥିଲା । ଏହା ଜାଣିବା ପରେ ପୁଲିସ ଆଶ୍ୱସ୍ତି ଲାଭ କରିଥିଲା । ତେବେ ଏଥିପାଇଁ ମଧୁପାଟଣା ପୁଲିସକୁ କିଛି ସମୟ ପାଇଁ ନୟାନ୍ତ ହେବାକୁ ପଡ଼ିଥିଲା ।

Exit mobile version