ସତ୍ୟଶିଖା (ନୂଆଦିଲ୍ଲୀ) ୧୭/୧୧/୨୦୨୦ : ଗୁପଚୁପ ସମସ୍ତଙ୍କର ବହୁତ ପସନ୍ଦ । ବହୁତ ଲୋକ ରାସ୍ତାକଡରେ ଛିଡା ହୋଇ ଗୁପଚୁପ୍ ଖାଇବାକୁ ପସନ୍ଦ କରନ୍ତି । କିନ୍ତୁ କେହି ଘରେ ଗୁପଚୁପ୍ ତିଆରି କରିବାକୁ ରାଜି ହୋଇନଥାନ୍ତି । କାରଣ ଗୁପଚୁପ ତିଆରି କରିବା କାଠିକର ପାଠ । ଅନେକ ସମୟରେ ବହୁ ଚେଷ୍ଟା ସତ୍ତ୍ୱେ ଠେଲା ଭଳି ଗୁପଚୁପ ଘରେ ହୋଇପାରିନଥାଏ । ସେଥିପାଇଁ ଲୋକେ ବାହାରେ ଯାଇ ଖାଇବାକୁ ଭଲପାଆନ୍ତି । ଗୁପଚୁପ୍ ପ୍ରିୟ ଲୋକଙ୍କ ପାଇଁ ଏକ ଖୁସି ଖବର । ପଞ୍ଜାବ ଅମୃତସର ଶାସ୍ତ୍ରୀ ମାର୍କେଟରେ ଗୁପଚୁପ୍ ପ୍ରେମୀଙ୍କ ପାଇଁ ଏକ ମେସିନ୍ ଲାଗିଛି । ମେସିନ୍ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରୁଛି । ଏହି ମେସିନ୍ ଲାଗିବା ପରେ ଲୋକେ ବିନା ସଂକ୍ରମଣ ଭୟରେ ଗୁପଚୁପ ଖାଇବାକୁ ପସନ୍ଦ କରୁଛନ୍ତି ଓ ଗୁପଚୁପରେ ମଜା ନେଉଛନ୍ତି ।
ଗୁପଚୁପ୍ ପ୍ରେମୀଙ୍କ ପାଇଁ ଆସିଲା ମେସିନ୍
