ସାଇଟ୍ ଖୋଲିବା ମାତ୍ରେ କ୍ରାଶ୍, ବୁକିଂ ସମୟ ଘୋଷଣା କଲା ରେଳ ବିଭାଗ


ନୂଆଦିଲ୍ଲୀ: ମେ’ ୧୨ରୁ ପ୍ରାଥମିକ ଭାବରେ ୧୫ ଯୋଡ଼ା ୩୦ଟି ଟ୍ରେନ୍ ଅପ୍ ଆଣ୍ଡ ଡାଉନ୍ କରିବ। ଟିକେଟ ରିଜରଭେସନ ପାଇଁ ସୋମବାର ଆଇଆରସିଟି ଓ୍ୱେବସାଇଟ୍ ଅପରାହ୍ନ ୪ଟାରେ ଖୋଲିବା ମାତ୍ରେ କ୍ରାଶ୍ ହୋଇଛି। ତେଣୁ ସଂଧ୍ୟା ୬ଟାରୁ ରେଳ ବିଭାଗ ଟ୍ରେନ୍ ବୁକିଂ ସେବା ହେବ ବୋଲି ଘୋଷଣା କରିଛି। ଏ ନେଇ ଟୁଇଟ୍ କରି ସୂଚନା ଦେଇଛି ରେଳ ମନ୍ତ୍ରଣାଳୟ।
Booking for train tickets to begin at 6:00 PM: Indian Railway Catering and Tourism Corporation (IRCTC) pic.twitter.com/jXKWcsA8Nw
— ANI (@ANI) May 11, 2020
ଆହୁରି ପଢ଼ନ୍ତୁ
ରିଜରଭେସନ ସୁବିଧା କେବଳ ଆଇଆରସିଟି ୱେବ୍ସାଇଟ୍ରେ ଉପଲବ୍ଧ ହେବ। ଟିକେଟ୍ କାଉଣ୍ଟରରେ ଟିକେଟ୍ ମିଳିବନି ବୋଲି ରେଳ ବିଭାଗ କହିଛି।
ନୂଆଦିଲ୍ଲୀ ଷ୍ଟେସନରୁ ଦିବ୍ରୁଗଡ, ଅଗରତାଲା, ହାଓ୍ୱାଡ଼ା, ପାଟନା, ବିଳାସପୁର, ରାଞ୍ଚି, ଭୁବନେଶ୍ୱର, ସିକନ୍ଦରାବାଦ, ବେଙ୍ଗାଲୁରୁ, ଚେନ୍ନାଇ, ଥିରୁଅନନ୍ତପୁରମ୍, ମାଡଗାଓଁ, ମୁମ୍ବାଇ ସେଣ୍ଟ୍ରାଲ, ଅହମଦାବାଦ ଏବଂ ଜମ୍ମୁ ତାୱିକୁ ସ୍ୱତନ୍ତ୍ର ଟ୍ରେନ୍ ଚାଲିବ ବୋଲି ସୂଚନା ରହିଛି।
ରେଳଯାତ୍ରା ପାଇଁ ଗୃହ ମନ୍ତ୍ରଣାଳୟର ନିୟମ
- କେବଳ ଇ-ଟିକେଟ୍ କନଫର୍ମ ହୋଇଥିବା ଯାତ୍ରୀ ହିଁ ଟ୍ରେନରେ ଯାତ୍ରା କରିପାରିବେ।
- ଇ-ଟିକେଟ୍ କନଫର୍ମ ହୋଇଥିବା ଯାତ୍ରୀଙ୍କୁ ଟ୍ୟାକ୍ସି ସେବା ମିଳିବ।
- ପ୍ଲାଟଫର୍ମରେ ସ୍ୱାସ୍ଥ୍ୟ ପରୀକ୍ଷା ହେବା ପରେ ଯାତ୍ରୀଙ୍କୁ ଟ୍ରେନ୍ ଭିତରକୁ ଛଡ଼ାଯିବ।
- କରୋନା ଲକ୍ଷଣ ଅନୁଭୂତ ହେଲେ ଟିକେଟ୍ କନଫର୍ମ ହୋଇଥିଲେ ମଧ୍ୟ ଯିବାକୁ ଦିଆଯିବନି।
- ଟ୍ରେନରେ ଚଢ଼ିବା ଏବଂ ଓହ୍ଲାଇବା ବେଳେ ସାମାଜିକ ଦୂରତା ପାଳନ କରାଯିବ। ମଡିଲ୍ ବର୍ଥରେ ଟିକେଟ୍ ବୁକିଂ ବାତିଲ୍ ରହିଛି। ମାସ୍କ ପିନ୍ଧିବା ଅନିର୍ବାର୍ଯ୍ୟ।
- ଟ୍ରେନ ଯାତ୍ରାର ଦୁଇ ଘଣ୍ଟା ପୂର୍ବରୁ ଷ୍ଟେସନରେ ପହଞ୍ଚିବାକୁ ହେବ। ନୂଆ ନିର୍ଦ୍ଦାରିତ ଷ୍ଟପେଜରେ ଟ୍ରେନ ରହିବ।
[ad_2]