ଦୁର୍ଘଟଣାନ୍ୟୁଜ୍ରାଜ୍ୟସ୍ପେଶାଲ୍ ରିପୋର୍ଟ

ନଦୀରେ ଭାସୁଛି ଅଜଣା ମହିଳାଙ୍କ ମୃତଦେହ

ସତ୍ୟଶିଖା (ବାଲିଅନ୍ତା) ୩୧/୧୦/୨୦୨୦ : ନଦୀରେ ଭାସୁଛି ଅଜଣା ମହିଳାଙ୍କ ମୃତଦେହ । ବାଲିଅନ୍ତା ଥାନା ଭିଙ୍ଗାରପୁର ବ୍ରିଜ ନିକଟରେ ଥିବା କୁଶଭଦ୍ରା ନଦୀରେ ଭାସୁଛି ମୃତଦେହ । ମୃତ ଦେହର ପରିଚୟ ବର୍ତ୍ତମାନ ସୁଦ୍ଧା ମିଳିପାରିନାହିଁ । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ଓ ପୋଲିସ ପହଞ୍ଚି ଛାନ୍‌ଭିନ୍‌ ଜାରି ରଖିଛି । ଖବର ଅନୁଯାୟୀ, କୁଶଭଦ୍ରା ନଦୀରେ ଜଣେ ଅଜଣା ମହିଳାଙ୍କ ମୃତଦେହ ଉଦ୍ଧାର ହୋଇଛି । ତେବେ କେଉଁ ପରିସ୍ଥିତିରେ ମୃତଦେହ ଟି ଏଠାକୁ ଆସିଛି ତାହା ବର୍ତ୍ତମାନ ସୁଦ୍ଧା ଜଣାପଡ଼ିନାହିଁ। ମହିଳାଙ୍କ ବୟସ ପାଖାପାଖି  ୪୦ ରୁ ୪୫ ବର୍ଷ ବୟସ ହେବ ବୋଲି ଆନୁମାନ କରାଯାଉଛି ।ସେହିପରି ଆଜି ସକାଳ ସମୟରେ ନଦୀକୁ କିଛି ବ୍ୟକ୍ତି ଯାଇଥିବା ବେଳେ ମୃତ ଦେହଟି ଭାସୁଥିବା ଦେଖିଥିଲେ । ଏନେଇ ବାଲିଅନ୍ତା ଥାନା ପୋଲିସକୁ ଖବର ଦେଇଥିଲେ ଲୋକେ । ଘଟଣା ସ୍ଥଳରେ ବାଲିଅନ୍ତା ପୋଲିସ୍ ଓ ଅଗ୍ନିଶମ ବିଭାଗ କର୍ମଚାରୀ ପହଞ୍ଚି ମୃତଦେହ ଉଦ୍ଧାର କରି ବ୍ୟବଛେଦ ପାଇଁ ପଠାଇଛି । ରିପୋର୍ଟ ଆସିବା ପରେ କିଛିଟା ସତ୍ୟ ସାମ୍ନାକୁ ଆସିବ ବୋଲି ସ୍ଥାନୀୟଲୋକେ କହିଛନ୍ତି ।

Show More
Back to top button