
ସତ୍ୟଶିଖା ୨୦/୦୧/୨୦୨୧ : ଉତ୍ତରାଖଣ୍ଡର ଡେରାଡୁନ-ହରିଦ୍ୱାର-ଋଷିକେଶ ମାର୍ଗରେ ବର୍ତ୍ତମାନ ଯାତ୍ରା କରିବା ସହଜ ହୋଇଯିବ । ବୁଧବାର ଦିନ ହରିପୁରକଲା ଫ୍ଲାଏଓଭରରେ ଯିବାଆସିବା ଆରମ୍ଭ ହୋଇଛି । ଫଳରେ ଏହି ମାର୍ଗରେ ପଡୁଥିବା ମୋତିଚୁର ରେଲୱେ କ୍ରସିଂ ଫାଟକରେ ହେଉଥିବା ଜାମର ବି ସାମ୍ନା କରିବାକୁ ପଡ଼ିବନି । ଏହି ଫ୍ଲାଏଓଭରର ଦୈର୍ଘ୍ୟ ୨ କିଲୋମିଟର । ଏହା ରାଜ୍ୟର ସବୁଠାରୁ ଦୀର୍ଘ ଫ୍ଲାଏଓଭର ।ଏହି ଫ୍ଲାଏଓଭର୍ ଜରିଆରେ ଋଷିକେଶ ଚେକପୋଷ୍ଟ ଦେଇ ହରିପୁରକଲା ବଜାର, ରାଜାଜି ଟାଇଗର୍ ରିଜର୍ଭ ପାର୍କର ପ୍ରବେଶ ଫାଟକ, ସୁଖୀ ନଦୀ ସହ ଜଙ୍ଗଲ ଏରିଆ ପାର କରି ରାଜାଜି ପାର୍କ ମଧ୍ୟରେ ବନ କ୍ଷେତ୍ରରେ ତିନି ମୋରି ପୋଲ ଯାଏଁ ପହଞ୍ଚି ହେବ । ହାଇୱେ ପ୍ରଶାସନ ତରଫରୁ ଦିନେ ପୂର୍ବରୁ ସମସ୍ତ ପ୍ରସ୍ତୁତି ନେଇ ଟ୍ରାଏଲ୍ କରାଯାଇଥିଲା । ଏହାପରେ ଫ୍ଲାଏଓଭର୍ ଖୋଲାଯାଇଥିଲା । ଏହି ଫ୍ଲାଏଓଭର୍ ଖୋଲିବା ଯୋଗୁଁ ଏହି ରାସ୍ତା ଦେଇ ଯାତ୍ରା କରୁଥିବା ଯାତ୍ରୀଙ୍କୁ ଆଶ୍ବସ୍ତି ମିଳିବ । ଆଗରୁ ଏହି ଅଞ୍ଚଳରେ ବହୁତ ଜାମ୍ ରହୁଥିଲା । ଯାହାଫଳରେ ଲୋକଙ୍କୁ ନାନା ସମସ୍ୟା ହେଉଥିଲା ଏବଂ ନିଜ ଗନ୍ତବ୍ୟ ସ୍ଥଳକୁ ପହଞ୍ଚିବାରେ ବି ବିଳମ୍ବ ହେଉଥିଲା । କିନ୍ତୁ ବର୍ତ୍ତମାନ ଏହି ଫ୍ଲାଏଓଭର୍ ଜରିଆରେ ଲୋକେ ନା କେବଳ ଟ୍ରାଫିକ୍ ମୁକ୍ତ ଯାତ୍ରା କରିପାରିବେ ବରଂ ଠିକ୍ ସମୟରେ ନିଜ ଗନ୍ତବ୍ୟ ସ୍ଥଳରେ ବି ପହଞ୍ଚି ପାରିବେ ।