ନ୍ୟୁଜ୍

ଆଜି ଆସିବ ପଞ୍ଚାୟତ ଭୋଟ ସଂରକ୍ଷଣ ଚିଠା ତାଲିକା

ସତ୍ୟଶିଖା ( ଭୁବନେଶ୍ୱର )୦୮/୧୦ /୨୦୨୧: ପଂଚାୟତ ନିର୍ବାଚନ ସଂରକ୍ଷଣ ବ୍ୟବସ୍ଥା ନେଇ ଆଜି ପ୍ରକାଶ ପାଉଛି ଚିଠା ପ୍ରସ୍ତାବ । କେଉଁ ଆସନ କାହା ପାଇଁ ସଂରକ୍ଷଣ ହେବ ସେନେଇ ଜିଲ୍ଲା ସ୍ତରରେ ଚିଠା ତାଲିକା ପ୍ରକାଶ ପାଉଛି । ୱାର୍ଡ଼ ମେମ୍ବେର, ସରପଂଚ, ସମିତି ସଭ୍ୟ, ବ୍ଲକ ଚେୟାରମ୍ୟାନ ଓ ଜିଲ୍ଲା ପରିଷଦ ସଦସ୍ୟଙ୍କ ସଂରକ୍ଷଣ ଲାଗି ଏହି ଚିଠା ତାଲିକା ପ୍ରକାଶ ପାଉଛି । ତେବେ ୱାର୍ଡ଼ ମେମ୍ବେର, ସରପଂଚ, ସମିତି ସଭ୍ୟ, ବ୍ଲକ ଚେୟାରମ୍ୟାନ ପାଇଁ ଯଦି କିଏ ଚାହିଁବେ ୧୬ ତାରିଖରେ ଆପତି କରିପାରିବେ । ୨୧ ତାରିଖ ସୁଦ୍ଧା ଜିଲ୍ଲାପାଳଙ୍କ ଆପତି ଅଭିଯୋଗର ଶୁଣାଣି କରି ସମାଧାନ କରାଯିବ । ୨୬ ତାରିଖରେ ଚୁଡ଼ାନ୍ତ ତାଲିକା ପ୍ରକାଶ ପାଇବ ।

ସେହିପରି ଜିଲ୍ଲା ପରିଷଦ ସଦସ୍ୟ ସଂରକ୍ଷଣ ପାଇଁ ଆପତି ଥିଲେ ୧୮ ତାରିଖ ସୁଦ୍ଧା ଅଭିଯୋଗ କରିପାରିବେ । ୨୨ ତାରିଖରେ ଶୁଣାଣି କରାଯାଇ ଜିଲ୍ଲାପାଳଙ୍କ ଦ୍ୱାରା ସମାଧାନ କରାଯିବ । ୨୯ ତାରିଖରେ ସରକାରଙ୍କ ଅନୁମୋଦନ ନିଆଯାଇ ୩୦ ତାରିଖରେ ଚୁଡ଼ାନ୍ତ ତାଲିକା ପ୍ରକାଶ ପାଇବ । ଜିଲ୍ଲା ପରିଷଦ ଅଧ୍ୟକ୍ଷ ଆସନ ପାଇଁ ୧୬ ତାରିଖରେ ସଂରକ୍ଷଣ ଚିଠା ପ୍ରକାଶ ହେବ । ୩୦ ତରିଖ ସୁଦ୍ଧା ସମସ୍ତ ପ୍ରକ୍ରିୟା ଶେଷ କରି ରାଜ୍ୟ ନିର୍ବାଚନ କମିଶନଙ୍କୁ ଦିଆଯିବ ।

Show More
Back to top button