ବିିଦ୍ୟୁତ ତାର ସଂସ୍ପର୍ଶରେ ଆସି ଚାଲିଗଲା ମାଈ ହାତୀର ଜୀବନ

ସତ୍ୟଶିଖା( ସମ୍ବଲପୁର)୦୯.୧୧ .୨୦୨୧: ବିଦ୍ୟୁତ  ତାର ସଂସର୍ଶରେ ଆସି ମାଈ ହାତୀର ମୃତ୍ୟୁ ହୋଇଛି । ସମ୍ବଲପୁର ଜିଲ୍ଲା ସଦର ରେଞ୍ଜ ଯୁଯୁମରା ସେକ୍ସନ ଜରାଙ୍ଗ ଜଙ୍ଗଲରେ ମାଈ ହାତୀର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ସେପଟେ ବନ ବିଭାଗ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରୁଛନ୍ତି ।

ସୂଚନା ଅନୁସାରେ, ସଦର ରେଞ୍ଜ ଯୁଯୁମରା ସେକ୍ସନ ଜରାଙ୍ଗ ଜଙ୍ଗଲରେ ବନ୍ୟପ୍ରାଣୀ ଶିକାର ପାଇଁ ତାର ବିଛାଯାଇଥିଲା । ତେବେ ଏହି ବିଛା ଯାଇଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଏକ ମାଈ ହାତୀର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି ।

ହାତୀ ମୃତ୍ୟୁ ଖବର ପାଇ ବନବିଭାଗ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରୁଛନ୍ତି । ସେପଟେ ପ୍ରାଥମିକ ତଦନ୍ତ ପରେ ହାତୀ ମୃତ୍ୟୁ ନେଇ ପ୍ରକୃତ ତଥ୍ୟ ସାମ୍ନାକୁ ଆସିବ ବୋଲି ବନବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

Exit mobile version