

ସତ୍ୟଶିଖା(ଭୁବନେଶ୍ୱର) ୦୮ .୧୨.୨୦୨୧: ‘ପାଇକ ବିଦ୍ରୋହ’କୁ ବ୍ରିଟିଶ ଉପନିବେଶବାଦୀ ଶାସନ ବିରୁଦ୍ଧରେ ପ୍ରଥମ ସ୍ୱାଧୀନତାର ସଂଗ୍ରାମ ଭାବରେ ମାନ୍ୟତା ଦାବିରେ ଓଡ଼ିଶା ବିଧାନସଭା ଏକ ସଂକଳ୍ପ ପାରିତ କରିଛି। ୧୮୫୭ ମସିହାରେ ‘ସିପାହି ବିଦ୍ରୋହ’ ପରିବର୍ତ୍ତେ ‘ପାଇକା ବିଦ୍ରୋହ’କୁ ପ୍ରଥମ ସ୍ୱାଧୀନତା ସଂଗ୍ରାମ ଗ୍ରହଣ କରିବାକୁ କେନ୍ଦ୍ର ମନ୍ତ୍ରୀ ମନା କରିବା ପରେ ଏହି ସଂକଳ୍ପ ପାରିତ ହୋଇଛି। ଉପଯୁକ୍ତ ବିଚାର ପାଇଁ ଖୁବ ଶୀଘ୍ର ଏହି ସଂକଳ୍ପ କେନ୍ଦ୍ର ସରକାରଙ୍କ ନିକଟକୁ ପଠାଯିବ। ଆଜି ପାଇକ ବିଦ୍ରୋହକୁ ପ୍ରଥମ ସ୍ୱାଧୀନତା ସଂଗ୍ରାମ ମାନ୍ୟତା ଦେବା ପାଇଁ ବିଧାନସଭାରେ ସଂକଳ୍ପ ଆଣିଲେଥିଲେ ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ । କେନ୍ଦ୍ର ସରକାରଙ୍କୁ ଏହି ସଂକଳ୍ପ ପଠାଯିବ । କେନ୍ଦ୍ର ସରକାରଙ୍କ ଅଗ୍ରାହ୍ୟ ପରେ ପୁନର୍ବାର ସଂକଳ୍ପ ଆଣିଛନ୍ତି ରାଜ୍ୟ ସରକାର।
ଖୋର୍ଦ୍ଧାର ବିଭିନ୍ନ ରାଜନୈତିକ ନେତା ତଥା ପାଇକା ସଂଗଠନ କେନ୍ଦ୍ର ସରକାରଙ୍କୁ ପାଇକା ବିଦ୍ରୋହକୁ ବ୍ରିଟିଶ ଶାସନ ବିରୁଦ୍ଧରେ ସ୍ୱାଧୀନତାର ପ୍ରଥମ ଯୁଦ୍ଧ ବୋଲି ଘୋଷଣା କରିବାକୁ ଦାବି କରିଥିଲେ। ପାଇକା ବିଦ୍ରୋହକୁ ପ୍ରଥମ ସ୍ୱାଧୀନତା ସଂଗ୍ରାମ ମାନ୍ୟତା ଦେବାକୁ କେନ୍ଦ୍ର ସରକାର ମନା କରିଦେବା ପରେ, ଖୋର୍ଦ୍ଧାର ବିଭିନ୍ନ ରାଜନୈତିକ ଦଳ ଏବଂ ପାଇକା ସଂଗଠନ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି କରିଥିଲା ।