

ସତ୍ୟଶିଖା (ରାଉରକେଲା) ୦୧/୧୨/୨୦୨୦ : ପବିତ୍ର ଭାଇ-ଭଉଣୀ ସମ୍ପର୍କରେ ଲାଗିଲା କଳଙ୍କ । ନାବାଳିକା ଭଉଣୀ ସହ ନାବାଳକ ଭାଇ ବାରମ୍ବାର ରଖୁଥିଲେ ଅବୈଧ ଶାରୀରିକ ସଂପର୍କ । ଆଉ ଶେଷରେ ନାବାଳିକା ଉଉଣୀ ହୋଇଛି ଦୁଇ ମାସର ଗର୍ଭବତୀ । ଏଭଳି ଘଟଣା ଶୁଣିଲେ ଯିଏ କେହି ବି ତାଜୁବ ହୋଇଯିବେ। ସୁନ୍ଦରଗଡ଼ ଜିଲ୍ଲା କୋଇଡ଼। ଥାନା ପାଟମୁଣ୍ଡା ପଞ୍ଚାୟତ କଦମଡ଼ହି ଅଞ୍ଚଳରେ ଘଟିଛି ଏଭଳି ଘଟଣା ।
ସୂଚନା ଅନୁସାରେ ବଡ଼ ବାପା ପୁଅ (ନାବାଳକ) ନିଜ ଦାଦାଙ୍କ ଝିଅ (ନାବାଳିକା) ସହ ପ୍ରତ୍ୟେକ ରାତିରେ ଜୋରଜବରଦସ୍ତି ଅବୈଧ ଶାରିରୀକ ସଂପର୍କ ରଖିଆସୁଥିଲା । ତେବେ ଏକଥା କାହା ଆଗରେ ପ୍ରକାଶ କଲେ ମା’-ବାପାଙ୍କୁ ହତ୍ୟା କରିବ ବୋଲି ନାବାଳିକାଙ୍କୁ ଧମକ ମଧ୍ୟ ଦେଇ ଆସୁଥିଲା ।
ନାବାଳିକାଙ୍କୁ ନେଇ ମା’-ବାପାଙ୍କର ସନ୍ଦେହ ସୃଷ୍ଟି ହୋଇଥିଲା । ଫଳରେ ବାପା-ମା’ ଝିଅକୁ ପଚାରିବାରୁ ନାବାଳିକା ଜଣଙ୍କ ସବୁ ସତ କଥା ଖୋଲିକି କହିଥିଲା । ଏକଥା ଶୁଣିବା ପରେ ନାବାଳିକା ଝିଅକୁ ନେଇ ବାପା-ମା’ ଡ଼।କ୍ତରଖାନା ଯାଇଥିଲେ । ନାବାଳିକା ଜଣଙ୍କ ଦୁଇ ମାସର ଗର୍ଭବତୀ ହୋଇଥିବା ସେଠାରେ ନାବାଳିକା ଜଣଙ୍କ କହିଥିଲେ । ଏହାକୁ ନେଇ ସୋମବାର କୋଇଡ଼। ଥାନାରେ ନାବାଳିକାଙ୍କ ବାପା-ମା’ ଲିଖିତ ଅଭିଯୋଗ କରିବା ପରେ କୋଇଡ଼। ପୋଲିସ ନାବାଳକକୁ ନିଜ ହେପାଜତରେ ନେଇ ବାଳ ସୁଧାର ଗୃହକୁ ପଠାଇଦେଇଛି । ଅନ୍ୟପଟେ ନାବାଳିକା ପୀଡ଼ିତାଙ୍କ ବାପା-ମା’ ଏବେ ଚିନ୍ତାରେ ।