ନ୍ୟୁଜ୍

ୟୁନିଟ -୮ ବିଦ୍ୟାଳୟର ମେଧାବୀ ଛାତ୍ର ଓ ଛାତ୍ରୀ ଙ୍କୁ ମଧ୍ୟ ବିଧାୟକଙ୍କ ସମ୍ବର୍ଦ୍ଧନା l

ସତ୍ୟଶିଖା ୦୭ .୦୮ .୨୦୨୦ : ଭୁବନେଶ୍ୱର ମଧ୍ୟ ବିଧାୟକ ଶ୍ରଧେୟ ଅନନ୍ତ ନାରାୟଣ ଜେନା ମହୋଦୟ ଚଳିତ ବର୍ଷ ଦଶମ ବୋର୍ଡ ପରୀକ୍ଷାରେ ଉତୀର୍ଣ୍ଣ ହୋଇଥିବା ୟୁନିଟ ୮ ବାଳିକା ଉଚ୍ଚ ବିଦ୍ୟାଳୟର ଛାତ୍ରୀ ରଶ୍ମିଲତା ନାୟକ ଏବଂ ବାଳକ ଉଚ୍ଚ ବିଦ୍ୟାଳୟର ଛାତ୍ର ସିଦ୍ଧାନ୍ତ ବିଷୋୟୀ ୯୩ ଓ ୯୪ ପ୍ରତିଶତ ନମ୍ବର ରଖି ସଫଳତା ପାଇଥିବାରୁ ଦୁଇ ମେଧାବୀ ଛାତ୍ର ଛାତ୍ରୀଙ୍କୁ ଧନ୍ୟବାଦ ଅର୍ପଣ କରିବା ସହ ତାଙ୍କର ଉଜ୍ୱଳ ଭବିଷ୍ୟତ କାମନା କରିଛନ୍ତି l ଗରିବ ପରିବାରର ସ୍ୱଳ୍ପ ରୋଜଗାରକ୍ଷମ ଦୁର୍ଦଶା ମଧ୍ୟରେ ବସ୍ତିରେ ରହି ନିଜର ପ୍ରତିଭା ଦ୍ୱାରା ପିତା ମାତା ଏବଂ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀଙ୍କ ପାଇଁ ଗର୍ବ ଅର୍ଜନ କରିପାରିଛନ୍ତି l ଏଭଳି କୃତିତ୍ୱ ଆମ ସମସ୍ତଙ୍କ ପାଇଁ ଆଗାମୀ ଦିନରେ ଏକ ପ୍ରେରଣା ହେବ ବୋଲି ବିଧାୟକ ଅନନ୍ତ ନାରାୟଣ ଜେନା କହିବା ସହ ଏହି ଦୁଇ ମେଧାବୀଙ୍କ କଲେଜ ଆଡ଼ମିସନ ଓ ଉଚ୍ଚ ଶିକ୍ଷା ବାବଦକୁ ସମସ୍ତ ପାଠ୍ୟ ଉପକରଣ ରେ ହେବାକୁ ଥିବା ଖର୍ଚ୍ଚ ନିଜେ ବହନ କରିବେ ବୋଲି କହିଛନ୍ତି l

Show More
Back to top button