ସତ୍ୟଶିଖା (ପାରାଦୀପ) ୨୩ /୧୨/୨୦୨୦ : ଯୁଦ୍ଧଜାହାଜ ବୁଲିଦେଖିଲେ ଲୋକପ୍ରତିନିଧି । ରାଜ୍ୟର ଶହେରୁ ଅଧିକ ବିଧାୟକ ମଙ୍ଗଳବାର ପାରାଦୀପ ଗସ୍ତ କରି ଭାରତୀୟ ନୌସେନାର ଶକ୍ତି ଓ ଯୁଦ୍ଧ କୌଶଳକୁ ଅତି ନିକଟରୁ ଦେଖିଛନ୍ତି । ଭୁବନେଶ୍ୱରରୁ ବସ୍ ଯୋଗେ ପାରାଦୀପ ଅଠରବାଙ୍କୀରେ ପହଂଚି ବିଜୁ ବାବୁଙ୍କ ପ୍ରତିମୂର୍ତିିରେ ମାଲ୍ୟାପଣ କରିଥିଲେ ବାଚସ୍ପତି ଓ ଅନ୍ୟ ସବୁ ବିଧାୟକ । ପରେ ବନ୍ଦରର ୫ ନମ୍ବର ଗେଟ୍ ଦେଇ ନୌସେନାର ଯୁଦ୍ଧଜାହାଜ ଆଇଏନଏସ୍ ଜଳସାରେ ପହଂଚିଥିଲେ ।
ଯୁଦ୍ଧଜାହାଜ ବୁଲି ଦେଖିଲେ ବିଧାୟକ
