ସତ୍ୟଶିଖା (କଟକ) ୧୫/୧୦/୨୦୨୦ : କଟକରେ ନାବାଳିକା ଗଣ ଦୁଷ୍କର୍ମ ମାମଲାରେ ଦୁଇ ଅଭିଯୁକ୍ତ ଗିରଫ ହୋଇଛନ୍ତି । ଦୁଇ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା ପୋଲିସ କମିଶନର ସୁଧାଂଶୁ ଷଡଙ୍ଗୀ ସୂଚନା ଦେଇଛନ୍ତି । ଗିରଫ ଦୁଇ ଅଭିଯୁକ୍ତ ହେଲେ ସନ୍ତୋଷ ବେହେରା ଓ ରାକେଶ ରାଉତ । ୨୪ ଘଣ୍ଟା ଭିତରେ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବାରୁ କଟକ ଡିସିପି ଓ ଇନ୍ସପେକ୍ଟର ତାପସ ପ୍ରଧାନଙ୍କୁ ପୋଲିସ କମିଶନର ସାଧୁବାଦ ଜଣାଇଛନ୍ତି । ଶୀଘ୍ର ଘଟଣାର ତଦନ୍ତ କରି ଅଭିଯୋଗ ପତ୍ର ଦାଖଲ କରାଯିବା ସହ ପୀଡିତାଙ୍କୁ ନ୍ୟାୟ ଦେବା ପାଇଁ ସମସ୍ତ ଉଦ୍ୟମ କରାଯିବ ବୋଲି ପୋଲିସ କମିଶନର ଟ୍ୱିଟ୍ ଯୋଗେ ସୂଚନା ଦେଇଛନ୍ତି ।
ନାବାଳିକାଙ୍କୁ ୨୨ ଦିନ ଧରି କୁକୁଡା ଫାର୍ମରେ ଗଣଦୁଷ୍କର୍ମ l
