ରାଜ୍ୟ

ହେଲମେଟ୍‌ ନପିନ୍ଧି ଚଲାଉଥିଲେ ନାବଳକ ସ୍କୁଟି ଗଣିଲେ ଫାଇନ୍

ସତ୍ୟଶିଖା (ଭୁବନେଶ୍ୱର) ୦୯/୧୨/୨୦୨୦ : ନାବଳକ ସ୍କୁଟି ଚାଳକ ଗଣିଲେ ୨୬ ହଜାର ଟଙ୍କାର ଫାଇନ୍ । ରାଜଧାନୀରେ ଚାଳକ ଓ ପଛରେ ବସିଥିବା ବ୍ୟକ୍ତିଙ୍କୁ ଫାଇନ୍ କରିଛନ୍ତି ଟ୍ରାଫିକ୍ ପୋଲିସ । ଚାଳକ ହେଲମେଟ୍ ପିନ୍ଧିନଥିବାରୁ ଖଣ୍ଡଗିରି ଛକରେ ତାଙ୍କୁ ଅଟକାଇଥିଲେ ଟ୍ରାଫିକ୍ ପୋଲିସ । ଚାଳକଙ୍କ ବୟସ ୧୮ବର୍ଷରୁ କମ୍ ହୋଇଥିବା ଓ ବିନା ହେଲମେଟ୍ ପାଇଁ ତଣ୍ଡ ଗଣିଛନ୍ତି ନାବାଳକ ଚାଳକ । ହେଲମେଟ୍ ପାଇଁ ହଜାରେ ଟଙ୍କା ଏବଂ ଚାଳକଙ୍କ ବୟସ ୧୮ ବର୍ଷରୁ କମ୍ ହୋଇଥିବାରୁ ୨୫୦୦୦ ହଜାର ଟଙ୍କାର ଫାଇନ୍ କରାଯାଇଥିଲା ।

ଜାନୁଆରୀ ପହିଲାରୁ ଟ୍ରାଫିକ୍ ନିୟମ କଡାକଡି ହେବ ବୋଲି ମଙ୍ଗଳବାର ପରିବହନ ମନ୍ତ୍ରୀ କହିଥିଲେ । ଏଣିକି କେବଳ ବାଇକ୍‌ ଚାଳକ ହେଲମେଟ୍‌ ପିନ୍ଧିଲେ ଚଳିବ ନାହିଁ । ବାଇକ୍ ପଛରେ ବସିଥିବା ବ୍ୟକ୍ତି ମଧ୍ୟ ହେଲମେଟ୍ ପିନ୍ଧିବା ବାଧ୍ୟତାମୂଳକ । ଜାନୁଆରୀ ପହିଲାରୁ କଡାକଡି ହେବ ଟ୍ରାଫିକ୍ ନିୟମ । ବାଇକ୍ ରେ ଯାଉଥିଲେ ଦୁଇ ଜଣ ହେଲମେଟ୍ ପିନ୍ଧିବା ନିୟମ କଡାକଡି କାର୍ଯ୍ୟକାରୀ ହେବ ବୋଲି ମନ୍ତ୍ରୀ ସୂଚନା ଦେଇଥିଲେ । ମନ୍ତ୍ରୀ କହିଥିଲେ ଯେ, ଏହି ଆଇନ ୨୦୧୯ ମସିହାରୁ ପାସ୍ ହେଲାଣି । କିନ୍ତୁ କରୋନା ମହାମାରୀ ପାଇଁ ଏହା ଏପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇନାହିଁ ।ଯଦି ବାଇକ୍‌ ପଛରେ ବସିଥିବା ବ୍ୟକ୍ତି ହେଲମେଟ୍‌ ପିନ୍ଧି ନଥିବେ ତେବେ ଚାଳକଙ୍କ ଡ୍ରାଇଭିଂ ଲାଇସେନ୍ସ ବାତିଲ ହେବ। ମୋଟର ଯାନ ଆକ୍ଟ ୨୦୧୯ ଆଧାରରେ ଏହି ନିୟମ ରାଜ୍ୟରେ କଡାକଡି ପାଳନ କରାଯିବ ବୋଲି ରାଜ୍ୟ ପରିବହନ ପ୍ରାଧୀକରଣ (ଏସଟିଏ) ପକ୍ଷରୁ ପୂର୍ବରୁ ସୂଚନା ଦିଆଯାଇଥିଲା ।

ଜନସାଧାରଣଙ୍କ ଜନ ଜୀବନ ସୁରକ୍ଷା ଦାୟିତ୍ବ ସରକାରଙ୍କ ଲକ୍ଷ୍ୟ । ଏବେ ଲୋକ ସଚେତନ ହେଲେଣି । ସମସ୍ତେ ସଚେତନ ହେବେ । ଏଣିକି ଜୋରଦାର ଚେକିଂ ହେବ । ଏହାସହ ଡ୍ରାଇଭିଂ ଲାଇସେନ୍ସ କାର୍ଯ୍ୟ ବି ଆରମ୍ଭ ହୋଇଗଲାଣି । ୫ ଲକ୍ଷ ଡ୍ରାଇଭିଂ ଲାଇସେନ୍ସ ଓ ଲର୍ଣ୍ଣିଂ ଲାଇସେନ୍ସ କାର୍ଯ୍ୟ ଆରମ୍ଭ ହୋଇଥିବା ମନ୍ତ୍ରୀ ସୂଚନା ଦେଇଥିଲେ ।

Show More
Back to top button