ଦୁର୍ଘଟଣାନ୍ୟୁଜ୍ରାଜ୍ୟ

ରାସ୍ତା କାମରେ ନିୟୋଜିତ ଜେସିବି ପୋଡିଦେଲେ ଦୁର୍ବୃତ୍ତ l

ସତ୍ୟଶିଖା (ଲକ୍ଷ୍ମୀପୁର) ୦୧/୧୦/୨୦୨୦ : ଦୀର୍ଘଦିନର ନୀରବତା ପରେ କୋରାପୁଟ ଜିଲ୍ଲା ନାରାୟଣପାଟଣା ବ୍ଲକରେ ପୁଣି ଏକ ଜେସିବି ମେସିନ୍ କୁ ପୋଡିଦିଆଯାଇଛି । ନାରାୟଣପାଟଣା ଅଂଚଳଟି ନକ୍ସଲ ଅଧ୍ୟୁଷିତ ଅଂଚଳ ହୋଇଥିବା ବେଳେ ଏହା ନକ୍ସଲଙ୍କ କାର୍ଯ୍ୟ କି କୌଣସି ଦୁର୍ବୃତ୍ତଙ୍କ କାର୍ଯ୍ୟ ତାହା ଜଣାପଡିନାହିଁ । ସ୍ଥାନୀୟ ଅଂଚଳର ଜଣେ ସବ୍ କଣ୍ଟ୍ରାକଟରଙ୍କ ଦ୍ୱାରା ଦୁର୍ଗମ ଅଂଚଳରେ ରାସ୍ତା କାମ ଜାରି ରହିଥିବା ବେଳେ ଜେସିବି ମେସିନ୍ କୁ ପୋଡି ଦିଆଯାଇଛି ।

ଏ ସମ୍ପର୍କରେ ସମ୍ପୃକ୍ତ ଠିକାଦାରଙ୍କ ଦ୍ୱାରା ନାରାୟଣପାଟଣା ଥାନାରେ ଅଭିଯୋଗ କରାଯିବା ପରେ ତଦନ୍ତ ଜାରି ରହିଥିବା ଥାନା ଅଧିକାରୀ ପ୍ରକାଶ କରିଛନ୍ତି । ନକ୍ସଲ ଅଧ୍ୟୁଷିତ ଅଂଚଳ ହୋଇଥିବା କାରଣରୁ ଏକ ପ୍ରକାର ଭୟର ବାତାବରଣ ମଧ୍ୟ ସୃଷ୍ଟି ହୋଇଛି ।

Show More
Back to top button