ଚାଷୀଙ୍କ ସମସ୍ୟା ନେଇ ଧାରଣାରେ ବସିଲେ ଜୟପୁର ବିଧାୟକ

ସତ୍ୟଶିଖା ୨୦/୦୧/୨୦୨୧ : ଧାରଣାରେ ତାରା ବାହିନୀପତି । ଚାଷୀଙ୍କ ସମସ୍ୟା ନେଇ ଅନେକ ଚାଷୀଙ୍କ ସହ ଧାରଣାରେ ବସିଛନ୍ତି କଂଗ୍ରେସ ବିଧାୟକ ତାରା ବାହିନୀପତି । ରାସ୍ତା ବ୍ଲକ କାରଣରୁ ଗାଡି ଚଳାଚଳ ବନ୍ଦ ରହିଛି । ଖବର ଅନୁଯାୟୀ, ଜାନୁୟାରୀ ୧୫ ତାରିଖରୁ ଜୟପୁର ଉପଖଣ୍ଡର ଅନେକ ମଣ୍ଡିରେ ହଜାର ହଜାର କ୍ବିଣ୍ଟାଲ ଧାନ ଖୋଲା ଆକାଶ ତଳେ ପଡିରହିଛି । ସପ୍ତାହେ ହେବ ଶୀତ କାକରରେ ଧାନକୁ ଜଗି ବସିଛନ୍ତି ଚାଷୀ । ହେଲେ ଖୋଲୁନି ମଣ୍ଡି କି ଉଠୁନି ଧାନ, ଯାହାକୁ ନେଇ ଚିନ୍ତାରେ ଶହ ଶହ ଚାଷୀ । ଚାଷୀଙ୍କ କଷ୍ଟ ଉପାର୍ଜିତ ଧାନ ବିକ୍ରୟ ପାଇଁ ପ୍ରଶାସନ ଉପରେ ଚାପ ପ୍ରୟୋଗ ଲାଗି ଆଗକୁ ଆସିଛି କଂଗ୍ରେସ ।ଆଜି ୧୧ଟାରୁ ବୋରିଗୁମ୍ମାର ଟ୍ରାଫିକ ଛକ ନିକଟରେ ରାସ୍ତା ଅବରୋଧ କରିଛି କଂଗ୍ରେସ । ଅପରାହ୍ନ ୨ଟା ପର୍ଯ୍ୟନ୍ତ ଜିଲ୍ଲା କଂଗ୍ରେସ କମିଟି ଜୟନ୍ତୀଗିରି ଓଂ ବୋରିଗୁମ୍ମା ନିକଟରେ ଧାରଣାରେ ବସିବ ବୋଲି ନିସ୍ପତି ହୋଇଛି । ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି ଙ୍କ ନେତୃତ୍ୱରେ ଦିଆଯାଇଛି ଧାରଣା । ରାସ୍ତା ବ୍ଲକ କାରଣରୁ ଗାଡି ଚଳାଚଳ ବନ୍ଦ ରହିଛି ।

Exit mobile version