ଦୁର୍ଘଟଣାନ୍ୟୁଜ୍ରାଜ୍ୟ

ଜରଡ଼ା ଘାଟିରେ ଖସିଲା ‘ଜଗଦମ୍ବା’ ଯାତ୍ରା ପାର୍ଟି ବସ୍‌: ୨ ଗୁରୁତର

ସତ୍ୟଶିଖା( ଭୁବନେଶ୍ୱର )୧୨.୦୫.୨୦୨୨ : କାମାକ୍ଷାନଗର(ବିଦ୍ୟାଧର ବରାଳ):  ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକରେ ଅଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଜରଡ଼ା ଘାଟିରେ ‘ଜଗଦମ୍ବା’ ନାମକ ଯାତ୍ରା ପାର୍ଟି ବସ୍‌ ଓଲଟି ପଡ଼ିବାରୁ ୨ ଜଣ ଗୁରୁତର ହୋଇଛନ୍ତି।

ସୂଚନା ଅନୁଯାୟୀ, ଆଜି ସକାଳେ ‘ଜଗଦମ୍ବା’ ନାମକ ଯାତ୍ରା ପାର୍ଟି ବସ୍‌ ପ୍ରାୟ ୩୫ରୁ ଉର୍ଦ୍ଧ୍ୱ କଳାକାରଙ୍କୁ ନେଇ  କଙ୍କଡାହାଡ଼ରୁ ଗଡ଼ପଳାଶୁଣି ଯାଉଥିଲା। ମାତ୍ର ଜରଡ଼ା ଘାଟି ନିକଟରେ ବସ୍‌ଟି ଭାରସାମ୍ୟ ହରାଇ ତଳକୁ ଖସି ପଡ଼ିଥିଲା।  ଏହି ଦୁର୍ଘଟଣାରେ ୨ଜଣ ଗୁରୁତର ଆହତ ହୋଇଥିବା ବେଳେ ଅନ୍ୟମାନେ ଅଳ୍ପକେ ବର୍ତ୍ତି ଯାଇଛନ୍ତି ।

ଖବର ପାଇ ପୁଲିସ୍‌ ପହଞ୍ଚିଥିବା ବେଳେ ସ୍ଥାନୀୟ ଲୋକଙ୍କ ସହାୟତାରେ ଆହତମାନଙ୍କୁ ଉଦ୍ଧାର କରି କାମାକ୍ଷାନଗର ମେଡିକାଲରେ ଭର୍ତ୍ତି କରିଛି।

Show More
Back to top button