ସତ୍ୟଶିଖା(ପୁରୀ) ୧୨/୧୨/୨୦୨୦ : ୨୧ ଡିସେମ୍ୱରରୁ ଖୋଲିପାରେ ପୁରୀ ଶ୍ରୀମନ୍ଦିର । ସୀମିତ ସଂଖ୍ୟକ ଶ୍ରଦ୍ଧାଳୁଙ୍କୁ ମିଳିପାରେ ପ୍ରତ୍ୟକ ଦିନ ଦର୍ଶନ ଅନୁମତି । ଦୈନିକ ପ୍ରାୟ ୪ ହଜାର ଭକ୍ତଙ୍କୁ ଦର୍ଶନ ଅନୁମତି ଦିଆଯିବା ନେଇ ବିଚାର କରାଯାଉଥିବା କନକନ୍ୟୁଜକୁ ବିଶେଷ ସୂତ୍ରରୁ ସୂଚନା ମିଳିଛି । ଆଜି ବସିବାକୁ ଥିବା ଛତିଶାନିଯୋଗ ବୈଠକରେ ଏନେଇ ସବିଶେଷ ଆଲୋଚନା ହେବ । ଏହି ବୈଠକ ପରେ ଶ୍ରୀମନ୍ଦିର ଖୋଲିବା ନେଇ ଚୂଡାନ୍ତ ନିଷ୍ପତି ବାହାରିବ । କରୋନା କଟକଣା ଯୋଗୁଁ ଦୀର୍ଘ ୯ ମାସ ହେବ ଶ୍ରୀମନ୍ଦିରରେ ସାଧାରଣ ଦର୍ଶନ ବନ୍ଦ ରହିଛି । ଭକ୍ତମାନେ କେବଳ ବଡଦାଣ୍ଡରୁ ନୀଳଚକ୍ରକୁ ଦର୍ଶନ କରି ଫେରୁଛନ୍ତି ।
ଡିସେମ୍ୱର ୨୧ରୁ ଖୋଲିପାରେ ଶ୍ରୀମନ୍ଦିର
