ଡିସେମ୍ୱର ୨୧ରୁ ଖୋଲିପାରେ ଶ୍ରୀମନ୍ଦିର

ସତ୍ୟଶିଖା(ପୁରୀ) ୧୨/୧୨/୨୦୨୦ : ୨୧ ଡିସେମ୍ୱରରୁ ଖୋଲିପାରେ ପୁରୀ ଶ୍ରୀମନ୍ଦିର । ସୀମିତ ସଂଖ୍ୟକ ଶ୍ରଦ୍ଧାଳୁଙ୍କୁ ମିଳିପାରେ ପ୍ରତ୍ୟକ ଦିନ ଦର୍ଶନ ଅନୁମତି । ଦୈନିକ ପ୍ରାୟ ୪ ହଜାର ଭକ୍ତଙ୍କୁ ଦର୍ଶନ ଅନୁମତି ଦିଆଯିବା ନେଇ ବିଚାର କରାଯାଉଥିବା କନକନ୍ୟୁଜକୁ ବିଶେଷ ସୂତ୍ରରୁ ସୂଚନା ମିଳିଛି । ଆଜି ବସିବାକୁ ଥିବା ଛତିଶାନିଯୋଗ ବୈଠକରେ ଏନେଇ ସବିଶେଷ ଆଲୋଚନା ହେବ । ଏହି ବୈଠକ ପରେ ଶ୍ରୀମନ୍ଦିର ଖୋଲିବା ନେଇ ଚୂଡାନ୍ତ ନିଷ୍ପତି ବାହାରିବ । କରୋନା କଟକଣା ଯୋଗୁଁ ଦୀର୍ଘ ୯ ମାସ ହେବ ଶ୍ରୀମନ୍ଦିରରେ ସାଧାରଣ ଦର୍ଶନ ବନ୍ଦ ରହିଛି । ଭକ୍ତମାନେ କେବଳ ବଡଦାଣ୍ଡରୁ ନୀଳଚକ୍ରକୁ ଦର୍ଶନ କରି ଫେରୁଛନ୍ତି ।ଅନ୍ୟପଟେ,ଡିସେମ୍ବର ମାସ ତୃତୀୟ ସପ୍ତାହରୁ ଖୋଲିପାରେ ଶ୍ରୀମନ୍ଦିର । ନାଗାର୍ଜୁନ ବେଶ ପୂର୍ବରୁ ଅନୁଷ୍ଠିତ ଶେଷ ପରିଚାଳନା କମିଟି ବୈଠକରେ ଏହି ସୂଚନା ଦେଇଥିଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ୍ କୁମାର । ସେହି ଅନୁଯାୟୀ ଜିଲ୍ଲା ପ୍ରଶାସନ ଓ ମନ୍ଦିର ପ୍ରଶାସନ ପ୍ରସ୍ତୁତି ପର୍ବ ଆରମ୍ଭ କରି ଦେଇଛନ୍ତି । ଶ୍ରୀମନ୍ଦିର ସେବାୟତ ଓ ଅନ୍ୟାନ୍ୟ ଲୋକଙ୍କୁ ଡାକି ବିଚାରବିମର୍ଶ ଆରମ୍ଭ ହୋଇଛି । ଶ୍ରୀମନ୍ଦିର ଖୋଲିଲେ କ’ଣ ଅସୁବିଧା ହେବ ଓ ଏହାର କ’ଣ ପ୍ରତିକାର କରାଯାଇ ପାରିବ, ତାର ତର୍ଜମା କରାଯାଉଛି । ସମସ୍ତଙ୍କ ମତାମତ ବି ନିଆଯାଉଛି । କିଭଳି ଓ କେଉଁ କେଉଁ କଟକଣା ଭିତରେ ଶ୍ରୀମନ୍ଦିର ଖୋଲିବ, ତାର ନକ୍ସା ପ୍ରସ୍ତୁତି ଚାଲିଛି ।