ନ୍ୟୁଜ୍
ଗାଁରେ ପଶିଲେ ଦନ୍ତା ହାତୀ, ଆକ୍ରମଣରେ ଦୁଇ ଗୁରୁତର l


ସତ୍ୟଶିଖା ( ବାରିପଦା ) ୨୭.୦୮.୨୦୨୦ : ମୟୁରଭଂଜ ଜିଲ୍ଲା ରାଇରଙ୍ଗପୁର ବନଖଣ୍ଡ ଖେରଣା ଜଙ୍ଗଲରେ ହାତୀ ଆତଙ୍କ । ସକାଳ ୫ରୁ ଗୋଟିଏ ଦନ୍ତା ହାତୀ ଚିଙ୍ଗିଡି ପୋଖରୀ ଗ୍ରାମକୁ ପଶି ଆତଙ୍କ ଖେଳାଇଥିଲା । ଘରଦ୍ୱାର ଭାଙ୍ଗିବା ସହ ଲୋକଙ୍କୁ ଆକ୍ରମଣ କରିବାକୁ ଗୋଡାଇଥିଲା । ତେବେ ଦୁଇ ଜଣ ବୟସ୍କ ବ୍ୟକ୍ତି ହାତୀ ଆକ୍ରମଣର ଶିକାର ହୋଇଥିବା ଜଣାପଡିଛି । ସେମାନଙ୍କୁ ଆମ୍ବୁଲାନ୍ସ ଯୋଗେ ରାଇରଙ୍ଗପୁର ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
ଖବରପାଇ ବନବିଭାଗ ଓ ପୋଲିସ ଘଟଣାସ୍ଥଳକୁ ପହଞ୍ଚି ଲୋକଙ୍କୁ ହଟାଇବା ସହ ହାତୀକୁ ଘଉଡାଇବା କାର୍ଯ୍ୟ ଜାରି ରଖିଛି । ହାତୀଟି ଜାତୀୟ ରାଜପଥ ୨୨୦ ରାଇରଙ୍ଗପୁର-ଯଶୀପୁର ମୁଖ୍ୟରାସ୍ତା କଡରେ ରହିଥିବାରୁ ରାସ୍ତାକୁ କିଛି ସମୟ ଅବରୋଧ କରି ହାତୀକୁ ଘଉଡାଇଥିଲେ । ତେବେ ଦୀର୍ଘ ୬ ଘଣ୍ଟା ପରେ ହାତୀକୁ ଘଉଡାଇବାରେ ସଫଳ ହୋଇଥିଲା ବନବିଭାଗ ।