ନ୍ୟୁଜ୍
୧୫ଟି ଉଚ୍ଚ ବିଦ୍ୟାଳୟ ଓ ମହାବିଦ୍ୟାଳୟରେ ଶୂନ୍ରେଜଲ୍ଟ ପ୍ରସଙ୍ଗ, କାରଣ ଦର୍ଶାଅ ନୋଟିସ ଜାରିକଲା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ l


ସତ୍ୟଶିଖା ୧୩ .୦୮.୨୦୨୦ : ୧୫ଟି ଉଚ୍ଚ ବିଦ୍ୟାଳୟ ଓ ମହାବିଦ୍ୟାଳୟରେ ଶୂନ୍ରେଜଲ୍ଟ ପ୍ରସଙ୍ଗ । କାରଣ ଦର୍ଶାଅ ନୋଟିସ ଜାରିକଲା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ । ଯୁକ୍ତ ଦୁଇ ବିଜ୍ଞାନ ଫଳ ଜିରୋ ପ୍ରତିଶତ ରେଜଲ୍ଟ ଥିବା କଲେଜକୁ ନୋଟିସ ଜାରି କରାଯାଇଛି । ୭ ଦିନ ଭିତରେ ଜବାବ ରଖିବାକୁ ନିର୍ଦ୍ଦେଶ ଦେଇଛି ବିଭାଗ । କାହିଁକି ନାମଲେଖା ରଦ୍ଦ କରାନଯିବ ଉତ୍ତର ରଖିବାକୁ ନୋଟିସ କରାଯାଇଛି । ସୂଚନାନୁସାରେ, ଗତକାଲି ଯୁକ୍ତ 2 ବିଜ୍ଞାନ ପରୀକ୍ଷା ଫଳ ପ୍ରକାଶ ପାଇଥିଲା । ତେବେ ଅନେକ ବିଦ୍ୟାଳୟରେ ଓ ମହାବିଦ୍ୟାଳୟରେ ଶୂନ ରେଜଲ୍ଟ ହୋଇଥିବାରୁ ଯାହାକୁ ନେଇ ବିବାଦ ଦେଖାଦେଇଛି ।