ରାଜନୀତିରାଜ୍ୟ

ପରୀ ମୃତ୍ୟୁ ପ୍ରସଙ୍ଗ

ସତ୍ୟଶିଖା (ଭୁବନେଶ୍ୱର) ୦୪/୧୨/୨୦୨୦ : ପରୀକୁ ନ୍ୟାୟ ଦେବା ଦାବିରେ ବିଜେପି ମହିଳା ମୋର୍ଚ୍ଚାର ଆନ୍ଦୋଳନ । ପରୀ ମୃତ୍ୟୁ ମାମଲାରେ ମନ୍ତ୍ରୀ ଅରୁଣ ସାହୁଙ୍କ ବାସଭବନ ନିକଟରେ ବିଜେପିର ମହିଳା କର୍ମୀ ପ୍ରତିବାଦ ପ୍ରଦର୍ଶନ କରିଛନ୍ତି । ମନ୍ତ୍ରୀଙ୍କ  ବାସଭବନକୁ ଧସେଇ ପଶିବାକୁ ଉଦ୍ୟମ କରିଛନ୍ତି । ମନ୍ତ୍ରୀ ଅରୁଣ ସାହୁଙ୍କ ଇସ୍ତଫା ସହ ଘଟଣାର ସିବିଆଇ ତଦନ୍ତ ଦାବି କରିଛନ୍ତି ବିଜେପି ମହିଳା କର୍ମୀ ।

ଅରୁଣ ସାହୁଙ୍କ ବାସଭବନକୁ ଚାରିଆଡୁ ଘେରାଓ କରିଥିଲେ ବିଜେପିର କର୍ମୀ । ୪-୫ଜଣ ମହିଳା କର୍ମୀଙ୍କୁ ଅଟକ ରଖିଛି ପୋଲିସ । ସେପଟେ ଅରୁଣ ସାହୁଙ୍କ ବାସଭବନକୁ ଯାଉଥିବା ସମସ୍ତ ରାସ୍ତାକୁ ସିଲ୍ କରିଦିଆଯାଇଛି । ଏବଂ ସୁରକ୍ଷାରେ ୭ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି ।

Show More
Back to top button