ରାଜ୍ୟ

ବିଧାନସଭାରେ ଉଠିଲା ଏସିଏଫ ସୌମ୍ୟରଞ୍ଜନ ମୃତ୍ୟୁ ପ୍ରସଙ୍ଗ

ସତ୍ୟଶିଖା(ଭୁବନେଶ୍ୱର )୭.୦୯ .୨୦୨୧: ବିଧାନସଭା ଶୁନ୍ୟକାଳରେ ଉଠିଲା ଏସିଏଫ ସୌମ୍ୟରଞ୍ଜନ ମହାପାତ୍ର ପ୍ରସଙ୍ଗ । ପ୍ରସଙ୍ଗ ଉଠାଇଲେ ପାରଳାଖେମୁଣ୍ଡି ବିଧାୟକ କେ. ନାରାୟଣ ରାଓ । ବାଚସ୍ପତିଙ୍କ ଦୃଷ୍ଟି ଆକର୍ଷଣ କରି କେ. ନାରାୟଣ ରାଓ କହିଛନ୍ତି  ଏସିଏଫଙ୍କ ମୃତ୍ୟୁ ପରେ ଡିଏଫଓ, ଏସିଏଫଙ୍କ ପତ୍ନୀ ଓ ତାଙ୍କ ରୋଷେୟା ନାଁ ରେ ଏତଲା ହୋଇଥିଲା । ଏନେଇ ଗଜପତି ପୋଲିସ ମାସେ ଓ କ୍ରାଇମବ୍ରାଞ୍ଚ ୧୫ ଦିନ ହେବ ତଦନ୍ତ କରୁଥିଲେ ବି ଏଯାଏଁ କୌଣସି ଦିଗ ବହାରିପାରୁନି । ପୋଲିସ ଓ କ୍ରାଇମବ୍ରାଞ୍ଚ ଏତଲାରେ ନାଁ ଥିବା ତିନି ଜଣଙ୍କୁ ପୋଲିସ ଷ୍ଟେସନ ନ ଡାକି ତାଙ୍କ ଘରେ କାହିଁକି ଜେରା କରୁଛି ।

ବର୍ତ୍ତମାନ ଏ ମାମଲା ସମ୍ପର୍କରେ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ଦିଗ ପଦାକୁ ଆସିଛି । ରକ୍ତ ଚନ୍ଦନ କାଠ ବାହାର ରାଜ୍ୟକୁ ଚାଲାଣ ହେଉଥିବା ଅଭିଯୋଗ ହୋଇଛି । ମାଡ୍ରାସ ଆନ୍ଧ୍ରପ୍ରଦେଶ ଓ ହାଇଦ୍ରାବାଦକୁ ଏ କାଠ ସବୁ ଚାଲାଣ ହେଉଛି । ଯେତେବେଳେ ଜଙ୍ଗଲରୁ ଛୋଟ ଜିନିଷ ଟି ଚୋରି ହେଉଛି ଲୋକଙ୍କ ଉପରେ ଅତ୍ୟାଚାର କରାହେଉଛି । ମାତ୍ର ରକ୍ତ ଚନ୍ଦନ କାଠ ଚୋରି ହେଉଛି ତାହା କଣ ଡିଏଫଓ ଜାଣିପାରୁ ନାହାନ୍ତି । ଏ ଘଟଣାରୁ ଲାଗୁଚି ସରକାର ଡିଏଫଓଙ୍କୁ ସୁରକ୍ଷା ଦେଉଛନ୍ତି । କାହିଁକି ତାଙ୍କୁ ବଦଳି କରାଯାଉନି । ସ୍ଥାନୀୟ ଲୋକେ ତାତିଲେଣି । ସତ କଣ ସାମ୍ନା କୁ ଆସୁ  ବୋଲି କହିଛନ୍ତି ବିଧାୟକ କେ. ନାରାୟଣ ରାଓ ।

Show More
Back to top button