ସତ୍ୟଶିକ୍ଷା (ନୂଆଦିଲ୍ଲୀ) ୨୪.୦୯.୨୦୨୦ : ଅଧିକାଂଶ ବ୍ୟକ୍ତି ଆଇଫୋନ୍ ବ୍ୟବହାର କରିବାକୁ ପସନ୍ଦ କରିଥାନ୍ତି । ଆପଲ୍ ମଧ୍ୟ ନୂଆ ନୂଆ ଆଇଫୋନ୍ ମାର୍କେଟରେ ଲଞ୍ଚ୍ କରିଥାଏ । ଅନେକ ଏହି ଫୋନକୁ ନକିଣିଲେ ମଧ୍ୟ ଏହାର ଫିଚର୍ ବିଷୟରେ ଅବଗତ ରହିଥାନ୍ତି । ଆଜିକାଲି ଆଇଫୋନ୍-୧୨ର ତାରିଖକୁ ନେଇ ଅନେକ ରିପୋର୍ଟସ ସାମ୍ନାକୁ ଆସିଥାଏ । ତେବେ ଏହି ଫୋନ୍ ଅକ୍ଟୋବର ୧୩ରେ ଲଞ୍ଚ୍ ହେବ ବୋଲି କୁହାଯାଉଛି । ମ୍ୟାକ୍ ରୁମର୍ସ ଅନୁସାରେ, ଲଞ୍ଚିଂ ତାରିଖ ପରେ ଆଇଫୋନ୍-୧୨ର ପ୍ରି ଅର୍ଡର୍ସ ଆରମ୍ଭ ହେବ । ଏହା ଅକ୍ଟୋବର ୨୩ରୁ ମାର୍କେଟରେ ଉପଲବ୍ଧ ହେବ । ଆସନ୍ତୁ ଜାଣିବା ଏହାର ଦାମ୍ ଓ ଫିଚର୍ସ ବାବଦରେ ।
ଏହି ତାରିଖରେ ଲଞ୍ଚ୍ ହେବ ଆଇଫୋନ-୧୨, ରହିଛି ଆକର୍ଷଣୀୟ ଫିଚର୍ l
