ସତ୍ୟଶିଖା( ଭୁବନେଶ୍ୱର )୨୫.୦୭ . ୨୦୨୨: ରାଜ୍ୟରେ କରୋନା ସଂକ୍ରମଣ ହ୍ରାସ ହେବାରେ ଲାଗିଛି । ରାଜ୍ୟରେ ଗତ ୨୪ ଘଣ୍ଟାରେ ୭୩୯ ଜଣ କରୋନା ସଂକ୍ରମଣ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୪୩୨ ଜଣ କ୍ୱାରେଣ୍ଟାଇନରୁ ଚିହ୍ନଟ ହୋଇଥିବା ବେଳେ ୩୦୭ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି ।
ସେହିପରି ୧୮ ବର୍ଷ ବୟସ ମଧ୍ୟରେ ୯୫ ଜଣ ସଂକ୍ରମିତ ରହିଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୩୦୭୨୪୯ ଜଣଙ୍କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ୱିଟ ଯୋଗେ ସୂଚନା ଦିଆଯାଇଛି ।
ଅନୁଗୁଳ ୨, ବାଲେଶ୍ୱରରୁ ୮, ବରଗଡରୁ ୨୦,ଭଦ୍ରକରୁ ୩, ବଲାଙ୍ଗୀରରୁ ୧୭, ବୌଦ୍ଧରୁ ୯, କଟକରୁ ୩୪, ଦେବଗଡରୁ ୨, ଢେଙ୍କାନାଳରୁ ୩, ଗଜପତିରୁ ୭, ଗଞ୍ଜାମରୁ ୨, ଜଗତସିଂହପୁରରୁ ୪, ଯାଜପୁରରୁ ୪, ଝାରସୁଗୁଡାରୁ ୧୮, କଳାହାଣ୍ଡିରୁ ୧୦, କନ୍ଧମାଳରୁ ୧୧, କେନ୍ଦ୍ରାପଡାରୁ ୫, କେନ୍ଦୁଝରରୁ ୧୨, ଖୋର୍ଦ୍ଧାରୁ ୧୩୮, କୋରାପୁଟରୁ ୧୨, ମୟୂରଭଞ୍ଜରୁ ୮୪, ନବରଙ୍ଗପୁରରୁ ୪, ନୟାଗଡରୁ ୨୨, ନୂଆପଡାରୁ ୮, ପୁରୀରୁ ୧୧, ରାୟଗଡାରୁ ୧୫, ସମ୍ବଲପୁରରୁ ୧୧୩, ସୋନପୁରରୁ ୧୫, ସୁନ୍ଦରଗଡରୁ ୧୧୪ ଓ ଷ୍ଟେଟ ପୁଲରୁ ୩୨ ଜଣ ରହିଛନ୍ତି ।
ସୂଚନା ଅନୁସାରେ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୧୩୦୭୨୪୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୭୪୦୦ଟି ଆକ୍ଟିଭ୍ କେସ୍ ରହିଥିବା ବେଳେ ୧୨୯୦୬୬୩ ଜଣ ସୁସ୍ଥ ହୋଇଛନ୍ତି ।