ସତ୍ୟଶିଖା (ନୂଆଦିଲ୍ଲୀ) ୨୯/୧୦/୨୦୨୦ : ସ୍ଵଦେଶୀ ଗେମ୍ ଫୌ-ଜିକୁ ଦୀର୍ଘ ସମୟ ହେବ ସମସ୍ତେ ଅପକ୍ଷୋ କରି ରହିଛନ୍ତି । ଏବେ ଅପେକ୍ଷାର ଅନ୍ତଃ ଘଟିବାକୁ ଯାଉଛି । ବେଙ୍ଗାଲୁରୁ ସ୍ଥିତ ଏନକୋର ଗେମ୍ ଫୌଜି ଗେମ୍ ନଭେମ୍ବରରେ ଲଞ୍ଚ କରିବ । ତେବେ ଏହାକୁ ପବଜି ଗେମର ବିକଳ୍ପ ଭାବେ ହିଁ ଲଞ୍ଚ କରାଯିବ । ଭାରତରେ ପବଜି ମୋବାଇଲ ଗେମ୍ ବ୍ୟାନ୍ ହେବା ପରେ ଏନକୋର ଗେମ୍ ଏହି ଖେଳର ଘୋଷଣା କରିଥିଲା । କୁହାଯାଉଥିଲା ଅକ୍ଟୋବରରେ ଲଞ୍ଚ ହୋଇଥାନ୍ତା ମାତ୍ର ଏବେ ନଭେମ୍ବରରେ ଲଞ୍ଚ ହେବ । ଫୌ-ଜି ଗେମର ଉଦ୍ଦେଶ୍ୟ ଦେଶରେ ଚୀନ ବିରୋଧୀ ଭାବନା ଓ ଦେଶଭକ୍ତିକୁ ଅଗ୍ରାଧାକାର ଦେବା । ଗେମର ପ୍ରଥମ ପର୍ଯ୍ୟାୟରେ ଗଲୱାନ ଘାଟି ଦେଖାଯିବ ଯେଉଁଥିରେ ଭାରତୀୟ ସେନା ଓ ଚୀନ ସେନା ମଧ୍ୟରେ ଯୁଦ୍ଧ ଦେଖିବାକୁ ମିଳିବ ।
ସ୍ଵଦେଶୀ ଗେମ୍ ଆପ୍ FAU-G ନଭେମ୍ବରରେ ଆରମ୍ଭ ହେବ
