ଦେଶନ୍ୟୁଜ୍ଭିଡିଓରାଜ୍ୟସ୍ପେଶାଲ୍ ରିପୋର୍ଟ

ସ୍ଵଦେଶୀ ଗେମ୍ ଆପ୍‌ FAU-G ନଭେମ୍ବରରେ ଆରମ୍ଭ ହେବ

ସତ୍ୟଶିଖା (ନୂଆଦିଲ୍ଲୀ) ୨୯/୧୦/୨୦୨୦ : ସ୍ଵଦେଶୀ ଗେମ୍ ଫୌ-ଜିକୁ ଦୀର୍ଘ ସମୟ ହେବ ସମସ୍ତେ ଅପକ୍ଷୋ କରି ରହିଛନ୍ତି । ଏବେ ଅପେକ୍ଷାର ଅନ୍ତଃ ଘଟିବାକୁ ଯାଉଛି । ବେଙ୍ଗାଲୁରୁ ସ୍ଥିତ ଏନକୋର ଗେମ୍ ଫୌଜି ଗେମ୍ ନଭେମ୍ବରରେ ଲଞ୍ଚ କରିବ । ତେବେ ଏହାକୁ ପବଜି ଗେମର ବିକଳ୍ପ ଭାବେ ହିଁ ଲଞ୍ଚ କରାଯିବ । ଭାରତରେ ପବଜି ମୋବାଇଲ ଗେମ୍ ବ୍ୟାନ୍ ହେବା ପରେ ଏନକୋର ଗେମ୍ ଏହି ଖେଳର ଘୋଷଣା କରିଥିଲା । କୁହାଯାଉଥିଲା ଅକ୍ଟୋବରରେ ଲଞ୍ଚ ହୋଇଥାନ୍ତା ମାତ୍ର ଏବେ ନଭେମ୍ବରରେ ଲଞ୍ଚ ହେବ । ଫୌ-ଜି ଗେମର ଉଦ୍ଦେଶ୍ୟ ଦେଶରେ ଚୀନ ବିରୋଧୀ ଭାବନା ଓ ଦେଶଭକ୍ତିକୁ ଅଗ୍ରାଧାକାର ଦେବା । ଗେମର ପ୍ରଥମ ପର୍ଯ୍ୟାୟରେ ଗଲୱାନ ଘାଟି ଦେଖାଯିବ ଯେଉଁଥିରେ ଭାରତୀୟ ସେନା ଓ ଚୀନ ସେନା ମଧ୍ୟରେ ଯୁଦ୍ଧ ଦେଖିବାକୁ ମିଳିବ ।ଏନକୋର୍ ଗେମ୍ ଟ୍ଵିଟ କରି ଏହାର ଲଞ୍ଚ ବାବଦରେ ଜଣାଇଛି । ଏହା ସହ ଟିଜର ମଧ୍ୟ ପୋଷ୍ଟ କରିଛି । ବଲିଉଡ ଅଭିନେତା ଅକ୍ଷୟ କୁମାର ରବିବାର ଏହି ଟିଜରକୁ ନିଜ ସୋସିଆଲ ଆକାଉଣ୍ଟରେ ସେୟାର କରିଥିଲେ । ଟିଜରରେ ଗେମ୍‌ର ଫାଷ୍ଟ୍ ଲେବଲକୁ ଦେଖାଯାଇଛି । ଫୌ-ଜି ଗେମର ରାଜସ୍ଵର ୨୦ ପ୍ରତିଶତ ଅଂଶ ସରକାରଙ୍କ ଫଣ୍ଡ ‘ଭାରତ କେ ବୀର’କୁ ଦାନ କରାଯିବ । ତେବେ ଏବେ ଦେଖିବାକୁ ବାକି ରହିଲା କ’ଣ ଲୋକେ  ଏହି ସ୍ଵଦେଶୀ ଗେମକୁ ପସନ୍ଦ କରିବେ । ପବଜି ଭଳି କ୍ରେଜ କ’ଣ ସେମାନଙ୍କ ପାଖରେ ଦେଖିବାକୁ ମିଳିବ?

Show More
Back to top button