ସତ୍ୟଶିଖା (ନୂଆଦିଲ୍ଲୀ) ୨୩/୧୦/୨୦୨୦ : ଲୋକପ୍ରିୟ ବ୍ୟବସାୟୀ ତଥା ଷ୍ଟିଲ କିଙ୍ଗ ଲକ୍ଷ୍ମୀ ମିତ୍ତଲଙ୍କ ସାନ ଭାଇ ପ୍ରମୋଦ ମିତ୍ତଲ ତାଙ୍କ ଝିଅ ବାହାଘରରେ ୪୮୫ କୋଟି ଟଙ୍କର ଖର୍ଚ କରିଥିଲେ । ଏ ନେଇ ସେ ବେଶ୍ ଚର୍ଚାରେ ଥିଲେ । ଏବେ କିନ୍ତୁ ସେ ବ୍ରିଟେନର ସବୁଠୁ ବଡ଼ ଦେବାଳିଆ ହୋଇଯାଇଛନ୍ତି। ସେ କହନ୍ତି ତାଙ୍କ ଉପରେ ପାଖାପାଖି ୨୫୪ କୋଟି ପାଉଣ୍ଡ ଋଣ ଅଛି। ଏହା ସହ ସେ ସ୍ତ୍ରୀଙ୍କ ଖର୍ଚରେ ଚଳୁଛନ୍ତି ।
ଜିଆଏଆଇଏଲ କମ୍ପାନିର ସେ ଥିଲେ ସହ-ମାଲିକ ଓ ଏହାର ସୁପରଭାଇଜ ବୋର୍ଡର ମୁଖିଆ । ତେବେ କମ୍ପାନିର ଋଣକୁ ନେଇ ସେ ବ୍ୟକ୍ତିଗତ ଗ୍ୟାରେଣ୍ଟି ଦେଇଥିଲେ ଏବଂ ସେଇଠୁ ହିଁ ତାଙ୍କ ଖରାପ ଦିନ ଆରମ୍ଭ ହେଲା । ୨୦୧୩ରେ କମ୍ପାନି ପ୍ରାୟ ୧୬.୬ କୋଟି ଡଲାର ଋଣ ପରିଶୋଧ କରିବାରେ ବିଫଳ ହେଲେ । ପ୍ରମୋଦ ମିତ୍ତଲଙ୍କୁ ଗତବର୍ଷ କମ୍ପାନିର ଦୁଇ ଅନ୍ୟ ଅଧିକାରୀଙ୍କ ସହ ଗିରଫ କରାଯାଇଥିଲା ।