ସତ୍ୟଶିଖା (ନୂଆଦିଲ୍ଲୀ) ୦୬/୦୧/୨୦୨୧ : ନୂଆବର୍ଷର ଆରମ୍ଭରେ ଭାରତ ସାମରିକ କ୍ଷେତ୍ରରେ ଦୁଇଟି ଐତିହାସିକ ପଦକ୍ଷେପ ନେବାକୁ ଯାଉଛି । ପୂର୍ବରୁ ଯୋଜନା କରାଯାଇଥିବା ସାମରିକ ବିମାନ କ୍ରୟ ଚୁକ୍ତିକୁ ଭାରତ କିଛି ମାସ ଭିତରେ ପୂରଣ କରିବାକୁ ଯାଉଛି । ଏହାର ବଜେଟ୍ ପାଖାପାଖି ୫୦ ହଜାର କୋଟି ଟଙ୍କା ହେବ ବୋଲି ସ୍ଥିର କରାଯାଇଛି । ଏହି ଚୁକ୍ତି ଅନୁସାରେ ସ୍ୱଦେଶୀ ଜ୍ଞାନକୈଶଳରେ ନିର୍ମିତ ୮୩ଟି ତେଜସ୍ ଲଢ଼ୁଆ ବିମାନ ସହ ୫୬ଟି ମଧ୍ୟମ ଧରଣର ପରିବହନ ବିମାନ କିଣାଯିବ । ଏଥିପାଇଁ ଟାଟା-ଏୟାର ବସ୍ ଜଏଣ୍ଟ୍ ଭେଞ୍ଚର ସହ କିଛି ମାସ ମଧ୍ୟରେ ଚୁକ୍ତି କରାଯିବ । ୩୭ ହଜାର କୋଟି ଟଙ୍କାରେ ୮୩ଟି ତେଜସ୍ ମାର୍କ-୧ଏ ବିମାନ ଦେଶର ଅଗ୍ରଣୀ ସାମରିକ ବିମାନ ପ୍ରସ୍ତୁତକାରୀ ପବ୍ଲିକ୍ କମ୍ପାନୀ ହିନ୍ଦୁସ୍ତାନ ଏରୋନେଟିକ୍ସ ଲିମିଟେଡ କିଣାଯିବ । ଯାହାକି ପୂର୍ବରୁ କ୍ରୟ କରାଯାଇଥିବା ସ୍ୱଦେଶୀ ବିମାନ ମଧ୍ୟରେ ସବୁଠାରୁ ବଡ଼ ଚୁକ୍ତି । ଏହି ୮୩ଟି ଫାଇଟର୍ ଚୁକ୍ତି ହେବାର ୩ ବର୍ଷ ମଧ୍ୟରେ କମ୍ପାନୀ ପ୍ରତିରକ୍ଷା ବିଭାଗକୁ ହସ୍ତାନ୍ତର କରିବ ।
ଭାରତୀୟ ବାୟୁସେନା ଆହୁରି ଶକ୍ତିଶାଳୀ ହେବ
