ସତ୍ୟଶିକ୍ଷା ୨୬.୦୯.୨୦୨୦ : ଶତ୍ରୁକୁ ସୀମାରେ ତା ଭାଷାରେ ଜବାବ ଦେବାକୁ ପ୍ରସ୍ତୁତ ରହିଛି ଭାରତୀୟ ସେନା । ଆଖିରେ ଆଖି ମିଶାଇ ଭାରତ ଦେବ କଡା ଜବାବ । ଦିନ କଥା ଛାଡନ୍ତୁ ରାତିର ଅନ୍ଧାରରେ କୌଣସି ପ୍ରକାର ଅଘଟଣ ଘଟାଇବାକୁ ଉଦ୍ୟମ କଲେ ଭାରତୀୟ ବାୟୁସେନା ଦେବ ଏହାର ମୁହଁତୋଡ ଜବାବ । ଏନେଇ ଉଭୟ ପାକିସ୍ତାନ ଓ ଚୀନ୍ ସୀମାନ୍ତରେ ଭାରତୀୟ ବାୟୁସେନାର ନାଇଟ୍ ଅପରେସନର ବିମାନ ଏବେ ସୀମାନ୍ତରେ ଉଡିବା ଆରମ୍ଭ କରିଦେଇଛି । ଏପଟେ ପିଓକେ ସେପଟେ ଲଦାଖ । ଏପଟେ ପାକିସ୍ତାନ ତ ସେପଟେ ଚୀନ । ସୀମାକୁ ନେଇ ବାରମ୍ୱାର ଭାରତ ସହିତ ଚଳାଇ ଆସିଛନ୍ତି ଷଡଯନ୍ତ୍ର । ଲଦାଖରେ ଏଲଏସିରେ ବର୍ତମାନ ସୁଦ୍ଧା ଚୀନ୍ ସେନା ଏହାର ଷଡଯନ୍ତ୍ର ବନ୍ଦ କରିନି । ଏପରି ସ୍ଥିତିରେ ସ୍ଥଳ ସେନା ଲଦାଖ ସୀମାରେ ନଜର ରଖିଥିବା ବେଳେ ଆକାଶମାର୍ଗରୁ ରାତିରେ ନଜର ରଖୁଛନ୍ତି ଭାରତୀୟ ବାୟୁସେନାର ଏହି ଲଢୁଆ ବିମାନ ଗୁଡିକ ।
ଲଦାଖ ସୀମାରେ ଉଡୁଛି ଭାରତୀୟ ବାୟୁସେନାର ଆକାଶବୀର ।
