ଖେଳନ୍ୟୁଜ୍ମନୋରଞ୍ଜନରାଜ୍ୟ

ବାରବାଟୀରେ ଭାରତ ଓ ଦକ୍ଷିଣ ଆଫ୍ରିକା ମ୍ୟାଚ୍‌, ଶତ ପ୍ରତିଶତ କ୍ଷମତାରେ ଖେଳ ଦେଖିବେ ଦର୍ଶକ

ସତ୍ୟଶିଖା (କଟକ) ୧୯.୦୫.୨୦୨୨: ଓଡିଶା କ୍ରିକେଟ୍ ପ୍ରେମୀଙ୍କ ପାଇଁ ଖୁସିର ଖବର। ବାରବାଟୀରେ ମ୍ୟାଚ୍ ଦେଖିବେ ଶତ ପ୍ରତିଶତ ଦର୍ଶକ । ପୂର୍ଣ୍ଣ ଦର୍ଶକରେ ବାରବାଟୀ ଷ୍ଟାଡିୟମରେ ହେବ ଭାରତ-ଦକ୍ଷିଣ ଆଫ୍ରିକା ଟି-୨୦ ମ୍ୟାଚ୍ ଆୟୋଜନ । ଏନେଇ ବିିସିସିଆଇ ପକ୍ଷରୁ ଅନୁମତି ମିଳିଛି । ତେବେ ଜୁନ୍ ୧୨ ତାରିଖରେ ଏହି ମ୍ୟାଚ୍ ଖେଳାଯିବାକୁ ଥିବାରୁ ଏବେ ଶତ ପ୍ରତିଶତ ଦର୍ଶକ ନେଇ ବିସିସିଆଇ ପକ୍ଷରୁ ଅନୁମତି ମିଳିଛି ।  ଶତ ପ୍ରତିଶତ ଦର୍ଶକଙ୍କୁ ମ୍ୟାଚ୍ ଦେଖିବାକୁ ଅନୁମତି ମିଳିବା କ୍ରିକେଟ୍ ଫ୍ୟାନ୍ସଙ୍କ ପାଇଁ ନିଶ୍ଚିତ ପକ୍ଷେ ଭଲ ଖବର । ଦୀର୍ଘ ଦିନ ପରେ ବାରବାଟୀକୁ ଅନ୍ତର୍ଜାତୀୟ ମ୍ୟାଚ୍ ଫେରିଥିବାରୁ ଦର୍ଶକମାନେ ମ୍ୟାଚ୍ ଦେଖିବାକୁ ଉତ୍ସାହିତ ଅଛନ୍ତି । ଆଉ ଏପରି ସ୍ଥିତିରେ ପୂର୍ଣ୍ଣ କ୍ଷମତାରେ ମ୍ୟାଚ୍ ଆୟୋଜନ ହେଲେ ଅଧିକ ସଂଖ୍ୟାରେ ଦର୍ଶକ ମ୍ୟାଚ୍ ଦେଖିବାରେ ସକ୍ଷମ ହେବେ ।

Show More
Back to top button