ନ୍ୟୁଜ୍ରାଜ୍ୟ

ଦୀପାବଳି ପୂର୍ବରୁ ଘଟିଲା ଅଘଟଣ: ଫୁଟିଲା ବାଣ, ୩ ଗୁରୁତର

ସତ୍ୟଶିଖା ( କଟକ )୦୩ /୧୧ /୨୦୨୧: ଆସନ୍ତାକାଲି ଦୀପାବଳି। କିନ୍ତୁ ତା ପୂର୍ବରୁ ଫୁଟିଲା ବାଣ । ତିଗିରିଆରେ ବାଣ ଭିଡିବା ବେଳେ ଅଘଟଣ। ବାଣଫୁଟି ୩ଜଣ ଗୁରୁତର ହୋଇଥିବା ଜଣାପଡ଼ିଛି। ତିଗିରିଆ ଥାନା ଅନ୍ତର୍ଗତ ବାଣେଶ୍ୱରପଡା ଗାଁରେ ଏପରି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଗୁରୁତର ତିନି ଜଣଙ୍କ ମଧ୍ୟରେ ଜଣେ ଛୋଟ ଶିଶୁ ଥିବା ସୂଚନା ରହିଛି । ଆହତମାନେ ହେଲେ ବୀର ସ୍ବାଇଁ, ତାଙ୍କର ବୋହୂ ଓ ନାତି। ସମସ୍ତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ସୂଚନାନୁସାରେ, ତିଗିରିଆ ବାଣେଶ୍ୱରପଡା ଗାଁର ଧୀର ସ୍ୱାଇଁ ନାମକ ଜଣେ ବ୍ୟକ୍ତି ନିଜ ଘରେ ବାଣ ତିଆରି କରୁଥିବା ବେଳେ ହଠାତ୍ ବିସ୍ପୋରଣ ହୋଇଥିଲା।  ତାଙ୍କ ଶରୀରର ୭୦ ଭାଗ ପୋଡ଼ିଯାଇଥିବା ବେଳେ ବୋହୂ ଓ ଦେଢ ବର୍ଷର ଶିଶୁପୁତ୍ର ମଧ୍ୟ ଗୁରୁତର ହୋଇଛନ୍ତି।  ଗୁରୁତର ଅବସ୍ଥାରେ ଉଭୟଙ୍କୁ କଟକ ଏସସିବି ମେଡିକାଲ ସ୍ଥାନାନ୍ତର କରାଯାଇଛି।

Show More
Back to top button