ଶ୍ରୀମନ୍ଦିର ଚାରି ଦ୍ୱାର ଖୋଲିବା ଦାବିରେ କଂଗ୍ରେସ ର ଧାରଣା


ସତ୍ୟଶିଖା (ଭୁବନେଶ୍ୱର) ୦୯,୧୧,୨୦୨୩ : ଶ୍ରୀ ମନ୍ଦିର ଚାରି ଦ୍ଵାର ଖୋଲିବା ଦାବିରେ କଂଗ୍ରେସର ଧାରଣା । ଭୁବନେଶ୍ବର କଂଗ୍ରେସ ଭବନ ସମ୍ମୁଖରେ ଅଭିନବ ଢ଼ଙ୍ଗରେ ଚତୁର୍ଦ୍ଧା ବିଗ୍ରହ ରଖି ସଂକୀର୍ତ୍ତନ ସତ୍ୟାଗ୍ରହ କରିଛି କଂଗ୍ରେସ । ମହାପ୍ରଭୁ ଜଗନ୍ନାଥଙ୍କ ଶ୍ରୀ ଶ୍ରୀମନ୍ଦିରର ଚାରିଟି ଜାକ ଦ୍ଵାରା ଖୋଲିବା ପାଇଁ ଲଗାତାର ଭାବେ ଦାବି ହୋଇଆସୁଛି । ଏହି କ୍ରମରେ କଂଗ୍ରେସ ମଧ୍ୟ ପୁରୀ ସମେତ ରାଜ୍ୟ ସାରା ସତ୍ୟାଗ୍ରହ କରିଛି ।
ସେହିପରି ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲି ମରାମତି କରିବା ସହ ମହାପ୍ରଭୁଙ୍କ ଅମୂଲ୍ୟ ରତ୍ନ ଅଳଙ୍କାର ଗୁଡ଼ିକର ଗଣତି କରିବା ପାଇଁ ଜୋର ଧରିଲା ଦାବି । ବେଦାନ୍ତ କମ୍ପାନୀ ଦ୍ଵାରା ଅଧିଗ୍ରହଣ କରାଯାଇଥିବା ଜଗନ୍ନାଥଙ୍କ ଅମୃତ ମଣୋହି ଜମି ଏବଂ ଚାଷୀଙ୍କ ଚାଷ ଜମି ତୁରନ୍ତ ଫେରସ୍ତ କରିବା ପାଇଁ ଦାବି କରିଛି କଂଗ୍ରେସ । ୬ ଦଫା ଦାବି ଏ ନେଇ ଆଜି କଂଗ୍ରେସ ପକ୍ଷରୁ ସାରା ରାଜ୍ୟରେ ସଙ୍କୀର୍ତ୍ତନ ସତ୍ୟାଗ୍ରହ ହେଉଛି । କଂଗ୍ରେସ ପକ୍ଷରୁ ରାଜ୍ୟର ସବୁ ଜଗନ୍ନାଥ ମନ୍ଦିର ସାମ୍ନାରେ ସଂକୀର୍ତ୍ତନ ଚାଲିଛି ।