ଆଇସ୍‌କ୍ରିମରେ ମିଳିବ ମଦର ମଜା

ସତ୍ୟଶିଖା(ଭୁବନେଶ୍ୱର )୦୨.୧୦ .୨୦୨୧: ମଦୁଆ ମାନଙ୍କ ପାଇଁ ଖୁସି ଖବର । ଏଥର ମଦ ନୁହେଁ ଆଇସ୍‌କ୍ରିମ ଖାଇ ଚଢ଼ିବ ନିଶା। ଝୁମିବେ ଆଲକହଲ ପ୍ରେମୀ। ଏବେ ହ୍ୱିସ୍କି ଓ ରମ୍‌ର ମଜା ଦେବ ଆଇସକ୍ରିମ୍‌। ବଜାରକୁ ଆସୁଛି ଏଭଳି ଏକ ନିଆରା ଓ ଭିନ୍ନ ‘ଆଲକହଲ ଆଇସ୍‌କ୍ରିମ୍‌’।

ଆଇସ୍‌କ୍ରିମ ତିଆରି କରୁଥିବା କମ୍ପାନୀ ହାଗେନ-ଡାଜ୍‌ ଆଇସ୍‌କ୍ରିମର ଦୁଇଟି ନୂଆ ଫ୍ଲେଭର ଲଞ୍ଚ କରୁଛି। ଏହି ନୂଆ ଫ୍ଲେଭର ଥିବା ଆଇସ୍‌କ୍ରିମ ଅନ୍ୟ ଆଇସ୍‌କ୍ରିମ୍‌ ଠାରୁ ଟିକେ ଭିନ୍ନ। କାରଣ ଏହାକୁ ଆଲ୍‌କହଲରେ ତିଆରି କରାଯାଇଛି।

ଡେଲି ମେଲ୍‌ର ରିପୋର୍ଟ ମୁତାବକ, ଆମେରିକୀୟ ଆଇସ୍କ୍ରିମ୍ କମ୍ପାନୀ ହାଗେନ୍-ଡାଜ୍ ନିଜ କୋଜି କକ୍‌ଟେଲ କଲେକସନ୍‌ ରୂପେ ଦୁଇଟି ‘ଆଡଲ୍ଟ ଓନ୍‌ଲି ଫ୍ଲେଭର’ ଆଇସ୍‌କ୍ରିମ ପ୍ରସ୍ତୁତ କରିଛି। ଲଣ୍ଡନ କକଟେଲ୍‌ ସପ୍ତାହ ଅବସରରେ ଏହି ନୂତନ ଫ୍ଲେଭର ଆଇସ୍‌କ୍ରିମ ଲଞ୍ଚ କରାଯିବ। ତେବେ ଏହା କେବଳ ସୀମତ ସମୟ ପାଇଁ ବଜାରେ ବ୍ରିକ୍ରି ହେବ। କେବଳ ଅକ୍ଟୋବର ମାସରେ ହିଁ ଏହି ଆଇସ୍‌କ୍ରିମ ମିଳିବ।

ଏହି ଆଇସ୍‌କ୍ରିମ ସୁପରମାର୍କେଟରେ ରମ୍‌ ସଲ୍ଟେଡ୍‌ କାରେମେଲ ଆଣ୍ଡ ବିସ୍କୁଡ ଏବଂ ଆଇରିସ୍‌ ହ୍ୱିସ୍କି ଆଣ୍ଡ ଚକୋଲେଟ ୱଫଲ୍‌ ଦୁଇଟି ଫ୍ଲେଭରରେ ଚଳିତ ମାସରେ ଉପଲବ୍ଧ ହେବ। ରମ୍‌ ଏବଂ ହ୍ୱିସ୍କି ସ୍ୱାଦ ଥିବା ଏହି ଆଇସକ୍ରିମର ପ୍ରତ୍ୟେକ ବକ୍ସରେ ୦.୫ ପ୍ରତିଶତ କମ୍‌ ଆଲକହଲ ରହିଛି। ଗୋଟିଏ ବାକ୍ସ ଆଇସକ୍ରିମର ଦାମ୍‌ ୫୦୦ ଟଙ୍କା ରଖାଯାଇଛି। ଏହି ଆଇସ୍‌କ୍ରିମ ଆଲକହଲିକ୍‌ ହୋଇଥିବାରୁ ଏହାକୁ ‘ଆଡଲ୍ଟ ଆଇସକ୍ରିମ’ ମଧ୍ୟ କୁହାଯାଉଛି।

ଉଲ୍ଲେଖ ଯୋଗ୍ୟ ଯେ, ହାଗେନ୍-ଡାଜ୍ ହେଉଛି ଏକ ଆମେରିକୀୟ ଆଇସ୍କ୍ରିମ୍ ବ୍ରାଣ୍ଡ, ଯାହାକୁ ରୁବେନ୍ ଏବଂ ରୋଜ ମ୍ୟାଟସଙ୍କ ଦ୍ୱାରା ୧୯୬୦ରେ ନ୍ୟୁୟର୍କରେ ପ୍ରତିଷ୍ଠା ହୋଇଥିଲା। ଭାନିଲା, ଚକୋଲେଟ୍ ଏବଂ କଫି ଫ୍ଲେଭର ଯୁକ୍ତ ଆଇସ୍‌କ୍ରିମ୍‌ରୁ କମ୍ପାନୀ ବ୍ରୁକଲିନ୍‌ରେ ଏହାର ପ୍ରଥମ ଷ୍ଟୋର୍‌ ଖୋଲିଥିଲା। ଦେଖୁ ଦେଖୁ ଆଜି ଏହା ବିଶ୍ୱର ସର୍ବୋଚ୍ଚ ଆଇସ୍କ୍ରିମ୍ ବ୍ରାଣ୍ଡରେ ପରିଣତ ହୋଇଛି।

Exit mobile version