ପତ୍ନୀଙ୍କ ତଣ୍ଟିଚିପି ହତ୍ୟା କଲା ସ୍ୱାମୀ


ସତ୍ୟଶିଖା (ଭୋପାଳ) ୩୦/୧୦/୨୦୨୦ : ପ୍ରେମ ବିବାହର ମାତ୍ର ୨ ମାସ ପରେ ପତ୍ନୀଙ୍କ ତଣ୍ଟିଚିପି ହତ୍ୟା କଲା ସ୍ୱାମୀ । ବନ୍ଧୁତା ଆରମ୍ଭ ହୋଇଥିଲା ପ୍ରେମ । ପରେ ଏକାଠି ରହିବେ ବୋଲି କଥା ନିଆ-ଦିଆ ହୋଇଥିଲେ । ଏମିତି କଣ ହେଳା ଯେ, କୁକୁର ବନ୍ଧା ଚେନ୍ରେ ପତ୍ନୀଙ୍କ ତଣ୍ଟିଚିପି ହତ୍ୟା କଲା ସ୍ୱାମୀ । ମଧ୍ୟପ୍ରଦେଶ ଇନ୍ଦୋରରେ ଏହି ଅଭାବନୀୟ ଘଟଣା ଘଟିଛି ।
ଲକ୍ଡାଉନ୍ ସମୟରେ ଉଭୟଙ୍କ ମଧ୍ୟରେ ବନ୍ଧୁତା ଆରମ୍ଭ ହୋଇଥିଲା । ଅଗଷ୍ଟରେ ଉଭୟଙ୍କ ବାହାଘର ହୋଇଥିଲା । ତେବେ ବିବାହର ମାତ୍ର ୨ ମାସ ପରେ ଅର୍ଥାତ୍ ଅକ୍ଟୋବରରେ ଉଭୟଙ୍କ ମଧ୍ୟରେ ଝଗଡ଼ା ଆରମ୍ଭ ହୋଇଥିଲା । ଗତ ମଙ୍ଗଳବାର ଦିନ ଏହି ବିବାଦ ଏତେ ଉଗ୍ରରୂପ ଧାରଣ କରିଥିଲା ଯେ ସ୍ୱାମୀ ତାଙ୍କ ପତ୍ନୀଙ୍କୁ ହତ୍ୟା କରିଥିଲେ ଓ ଏହାପରେ ପୋଲିସ୍ ନିକଟରେ ଆତ୍ମସମର୍ପଣ କରିଥିଲେ ।
ଇନ୍ଦୋରର ସଂୟୋଗୀତାଗଞ୍ଜ ଥାନା ଅନ୍ତର୍ଗତ ଜାଭରା କମ୍ପାଉଣ୍ଡ୍ ଅଞ୍ଚଳରେ ଏହି ହତ୍ୟାକାଣ୍ଡ ଘଟିଛି । ପାରିବାରିକ କଳହକୁ ନେଇ ସ୍ୱାମୀ ଛୁରୀରେ ପତ୍ନୀଙ୍କୁ ହତ୍ୟା କରିଥିବା ପ୍ରାଥମିତ ତଦନ୍ତରୁ ଜଣାପଡିଛି । ମିଳିଥିବା ସୂଚନା ଅନୁସାରେ, ସମ୍ପୃକ୍ତ ବ୍ୟକ୍ତି ଜଣକ ପ୍ରଥମେ କୁକୁର ବନ୍ଧା ଚେନ୍ରେ ପତ୍ନୀଙ୍କ ଗଳା ଚିପି ହତ୍ୟା କରିବାକୁ ପ୍ରୟାସ କରିଥିଲେ । ଏଥିରେ ସେ ବିଫଳ ହେବାରୁ ଛୁରୀ ସାହାଯ୍ୟରେ ପତ୍ନୀଙ୍କୁ ହତ୍ୟା କରିଥିଲେ । ଏହାପରେ ଅଭିଯୁକ୍ତ ସ୍ୱାମୀ ନିଜେ ପୋଲିସ୍ ନିକଟରେ ଆତ୍ମସମର୍ପଣ କରିଥିଲେ ।
ସୂଚନା ଥାଉକି ଯୁବତୀ ଜଣକ ସମ୍ପୃକ୍ତ ବ୍ୟକ୍ତିଙ୍କ କମ୍ପାନୀରେ କାମ କରୁଥିଲେ । ଏହାପରେ ଉଭୟଙ୍କ ମଧ୍ୟରେ ଭଲ ପାଇବା ଆରମ୍ଭ ହୋଇଥିଲା ଓ ଅଗଷ୍ଟରେ ବିବାହ କରିଥିଲେ । ବିବାହର ମାତ୍ର ୨ ମାସ ପରେ ବ୍ୟକ୍ତି ଜଣକ ପତ୍ନୀଙ୍କୁ ହତ୍ୟା କରିଥିଲେ । ପୋଲିସ୍ ମୃତଦେହ ପୋଷ୍ଟମର୍ଟମ ପାଇଁ ପଠାଇବା ସହ ସବୁ ଦିଗକୁ ନେଇ ଘଟଣାର ତଦନ୍ତ ଆରମ୍ଭ କରିଛି ।