ରାଜ୍ୟ

ସ୍ତ୍ରୀଙ୍କ ଚିତାକୁ ଡେଇଁ ପଡ଼ିଲେ ସ୍ୱାମୀ

ସତ୍ୟଶିଖା(ଧର୍ମଗଡ଼  ) ୨୫.୦୮ .୨୦୨୧: ସ୍ୱାମୀ ସ୍ତ୍ରୀର ପବିତ୍ର ସମ୍ପର୍କ ଜନ୍ମ ଜନ୍ମର। ସାଥୀ ହୋଇ ବାଟ ଚାଲିବାକୁ ଦେଇଥିବା କଥା ମରିବା ପରେ ବି ରଖିଲେ ବୃଦ୍ଧ ।   ନିଆଁକୁ ସାକ୍ଷୀ ରଖି ସାରା ଜୀବନ ହାତ ନ ଛାଡ଼ିବାକୁ ଦେଇଥିବା କଥା ମରିବା ପରେ ବି ରଖିଲେ ଜଣେ ବୃଦ୍ଧ । ପରିଣତ ବୟସରେ ପହଞ୍ଚି ସାରିଥିବା ସ୍ତ୍ରୀଙ୍କ ମୃତ୍ୟୁକୁ ସହ୍ୟ କରି ନ ପାରି ବୃଦ୍ଧଜଣକ ଅଚାନକ ପତ୍ନୀଙ୍କ ଚିତାକୁ ଡେଇଁ ପଡ଼ିଲେ। ଫଳରେ ଗୋଟିଏ ଜୁଇରେ ଜଳିଗଲେ  ସ୍ୱାମୀସ୍ତ୍ରୀ।  ଏପରି ଅଭାବନୀୟ ଘଟଣା  କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ସିଆଲଯୋଡି ଗ୍ରାମରେ  ଦେଖିବାକୁ ମିଳିଛି ।

ଗତ ସୋମବାର ସନ୍ଧ୍ୟା ସମୟରେ ସିଆଲଯୋଡି ଗ୍ରାମର ନୀଳମଣି ଶବରଙ୍କ ସ୍ତ୍ରୀ ରଇବାରୀ ଶବର(୬୦) ହୃତଘାତରେ ଆଖି ବୁଜିଥିଲେ।    ତାଙ୍କର ୪ ପୁଅ ଓ ଆତ୍ମୀୟ ସ୍ଵଜନ ଆସିବା ପରେ ତାଙ୍କର ଶବ ସତ୍କାର କରିବାକୁ ଗାଁ ମଶାଣୀକୁ ନେଇଥିଲେ । ଗାଁ ମଶାଣୀରେ ରଇବାରୀଙ୍କ ଜୁଇ ଜଳିବା ପରେ ଅନେକ ଲୋକେ ସ୍ନାନ କରି ଘରକୁ ଫେରିଥିଲେ । କିନ୍ତୁ ତାଙ୍କ  ସ୍ୱାମୀ ନୀଳମଣି ଓ ଅନ୍ୟ କିଛି ଲୋକେ ସମସ୍ତଙ୍କ ପଛରେ ସ୍ନାନ କରି ଫେରୁଥିଲେ। ଏହି ସମୟରେ  ନୀଳମଣି ଦୌଡ଼ି ଯାଇ ଜଳୁଥିବା ତାଙ୍କ ସ୍ତ୍ରୀଙ୍କ ଜୁଇରେ ଡେଇଁ ପଡ଼ିଥିଲେ ।

Show More
Back to top button