ନ୍ୟୁଜ୍
ନିଆଁରେ ପୋଡି ହୋଇ ସ୍ୱାମୀ ସ୍ତ୍ରୀ ଗୁରୁତର , ସାମାନ୍ୟ ବଚସା ହେଲା କାଳ …


ସତ୍ୟଶିଖା ( ଅନୁଗୁଳ ) ୦୪.୦୮.୨୦୨୦ : ଅନୁଗୁଳ ଜିଲ୍ଲା ପାଳଲହଡା ଥାନା ଅନ୍ତର୍ଗତ ପ୍ରଭାସୁଣୀ ଗ୍ରାମରେ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ନିଆଁରେ ପୋଡି ହୋଇ ସ୍ୱାମୀ ସ୍ତ୍ରୀ ଗୁରୁତର ହୋଇଥିବା ଜଣାପଡ଼ିଛି । ସ୍ୱାମୀ ଗୋବିନ୍ଦ ଦରାଇ ହୋଇଥିବାବେଳେ ସ୍ତ୍ରୀ ଗୁରୁବାରୀ ଆଲଦା ବୋଲି ଜଣାପଡ଼ିଛି । ସୂଚନାନୁସାରେ, ଆଜି ଭୋର ସକାଳୁ ପାରିବାରିକ କଳହକୁ କେନ୍ଦ୍ର କରି ସ୍ୱାମୀ, ସ୍ତ୍ରୀ ମଧ୍ୟରେ ଝଗଡା ହୋଇଥିଲା ।
ସ୍ତ୍ରୀ ଗୁରୁବାରୀ ଆଲଦା ଦେହରେ କିରୋସିନ ଢାଳି ନିଆଁ ଲଗେଇ ଆତ୍ମହତ୍ୟା କରିବାକୁ ଉଦ୍ୟମ କରୁଥିବା ବେଳେ ସ୍ୱାମୀ ଗୋବିନ୍ଦ ଦରାଇ ବଂଚେଇବାକୁ ଯାଇ ନିଆଁରେ ପୋଡି ହୋଇ ଗୁରୁତର ଆହତ ହୋଇଛନ୍ତି । ସେମାନଙ୍କୁ ପ୍ରଥମେ ପାଳଲହଡା ଉପଖଣ୍ଡ ଚିକିତ୍ସାଲୟରେ ଭର୍ତି କରାଯାଇଥିଲା । ପରେ ଅଧିକ ଗୁରୁତର ହେବାରୁ ସେମାନଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି । ଖବରପାଇ ପାଳଲହଡା ପୋଲିସ ପହଂଚି ଘଟଣାର ଅଧିକ ତଦନ୍ତ ଚଳାଇଛି ।