ସତ୍ୟଶିଖା(ଭୁବନେଶ୍ୱର )୨.୦୯ .୨୦୨୧: ନାରାବାଜି ଓ ହଟ୍ଟଗୋଳ ଯୋଗୁଁ ୪ ଟା ପର୍ଯ୍ୟନ୍ତ ଗୃହ ମୁଲତବୀ ହେଲା ବୋଲି ସର୍ବଦଳୀୟ ବୈଠକ ପରେ ବାଚସ୍ପତି ସୂଚନା ଦେଇଛନ୍ତି। ମରୁଡ଼ି ପରିସ୍ଥିତି ନେଇ କଂଗ୍ରେସ ସଦସ୍ୟଙ୍କ ଉଦବେଗକୁ ଦୃଷ୍ଟିରେ ରଖି ଏହି ପ୍ରସଙ୍ଗରେ ପୁନର୍ବାର ଆଲୋଚନା ପାଇଁ ସରକାର ବିହିତ ପଦକ୍ଷେପ ନେବେ ବୋଲି ବାଚସ୍ପତି କହିଛନ୍ତି।
ଗତକାଲି ମରୁଡ଼ି ଆଲୋଚନାରେ ରାଜସ୍ବ ମନ୍ତ୍ରୀଙ୍କ ବଦଳରେ କୃଷି ମନ୍ତ୍ରୀଙ୍କ ବିବୃତିକୁ ବିରୋଧ କରି ଅଡ଼ି ବସିଛି କଂଗ୍ରେସ। ମାହାଙ୍ଗା ଡବଲ ମର୍ଡର ପ୍ରସଙ୍ଗରେ ମନ୍ତ୍ରୀଙ୍କ ବହିଷ୍କାର ଦାବିରେ ବିଜେପି ଅଟଳ ରହିଛି।