ସତ୍ୟଶିଖା (ନୂଆଦିଲ୍ଲୀ) ୧୬ /୧୦/୨୦୨୦ : କରୋନା ଟେଷ୍ଟ କରିବାର ବିଭିନ୍ନ ତରିକା ରହିଛି । ସ୍ଵାବ ଟେଷ୍ଟରେ ଲୋକଙ୍କୁ ଟିକେ କଷ୍ଟ ଅନୁଭବ ହୋଇଥାଏ । ତେବେ ଏବେ ସାଲିଭା ଟେଷ୍ଟକୁ ସମସ୍ତେ ହୁଏତ ସ୍ବାଗତ କରିପାରନ୍ତି । ସାଲିଭା ଟେଷ୍ଟରେ ଲୋକଙ୍କୁ କ୍ଲିନିକ୍ ଯିବାକୁ ପଡ଼ିବ ନାହିଁ, ବରଂ ଘରେ ରହି କରୋନା ଟେଷ୍ଟ କରି ପାରିବେ । ଘରେ ଏକ ପାତ୍ରରେ କେବଳ ଛେପ ପକାଇବା ବା ଥୁକିବାକୁ ହେବ । ଅନ୍ୟ କରୋନା ପରୀକ୍ଷା ତୁଳନାରେ ଏଥିରେ କମ୍ ଖର୍ଚ ହେବ । ଏହା ଦ୍ୱାରା ଟେଷ୍ଟ ମଧ୍ୟ ବୃଦ୍ଧି ପାଇବ । ଖାଲି ଏତିକି ନୁହେଁ ସ୍କୁଲ କାର୍ଯ୍ୟକ୍ଷେତ୍ର, ରେସ୍ତୋରାଁ, ଦୋକାନ ତଥା ଅନ୍ୟ ସ୍ଥାନକୁ ଖୋଲିବା ଦିଗରେ ଏହା ସାହାଯ୍ୟ କରିବ ।
ଖୁବଶୀଘ୍ର ଆସିବାକୁ ଯାଉଛି ହୋମ-ସାଲିଭା ଟେଷ୍ଟ
