ସତ୍ୟଶିଖା(କଟକ )୧୬.୧୧.୨୦୨୨: କଟକର ଐତିହାସିକ ବାଲି ଯାତ୍ରା ଆସନ୍ତାକଲି ସରିବାକୁ ଥିବାବେଳେ ଏହାକୁ ଆଉ ଗୋଟିଏ ଦିନ ବଢାଇ ଦିଆଯାଇଛି । ଏନେଇ କଟକ ଜିଲ୍ଲାପାଳ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ ବୁଧବାର ଦିନ ସରିବାକୁ ଥିବା ଐତିହାସିକ ବାଲିଯାତ୍ରା ଗୁରୁବାର ଦିନ ସରିବ । ତେବେ ବାଲିଯାତ୍ରାକୁ ନେଇ ଲୋକମାନଙ୍କ ମାଧ୍ୟରେ ଥିବା ଆଗ୍ରହକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଛି । ତେବେ ଏହାକୁ ୨ ଦିନ ପାଇଁ ବଢାଇବାକୁ ସରକାରଙ୍କୁ ପ୍ରସ୍ତବ ଦିଆଯାଇଥିବା ବେଳେ ଏହାକୁ ଗୋଟିଏ ଦିନ ବଢାଇବା ପାଇଁ ମଞ୍ଚୁରୀ ମିଳିଛି ।
ଗୋଟିଏ ଦିନ ବଢିଲା କଟକର ଐତିହାସିକ ବାଲିଯାତ୍ରା
