ସତ୍ୟଶିଖା ୧୮/୧୨/୨୦୨୦ : ଆକାଶରୁ ହିମାଳୟ କିପରି ଦେଖାଯାଉଥିବ ଏହି ପ୍ରଶ୍ନ ସମସ୍ତଙ୍କ ମନରେ ଉଙ୍କି ମାରୁଥିବ । କିନ୍ତୁ ଏହି ପ୍ରଶ୍ନରୁ ନାସା ପର୍ଦାଫାଶ କରିଛି। ହିମାଳୟର ସୌନ୍ଦର୍ଯ୍ୟ ସମଗ୍ର ବିଶ୍ୱରେ ପ୍ରସିଦ୍ଧ । କିନ୍ତୁ ଏବେ ଆକାଶରୁ ଦେଖାଯାଉଥିବା ଏହାର ସୁନ୍ଦରତା ବିଷୟରେ ଚର୍ଚ୍ଚା ଜୋରରେ ଧରିଛି । ଆମେରିକୀୟ ଅନ୍ତରୀକ୍ଷ ଏଜେନ୍ସି ନାସା ହିମାଳୟ ପର୍ବତର ଏକ ଆଶ୍ଚର୍ଯ୍ୟଜନକ ଝଲକ ସେୟାର କରିଛି,ଯେଉଁଥିରେ ହିମାଳୟ ପର୍ବତ ବରଫାବୃତ ନଜର ଆସିଛି । ନାସା ନିଜ ଇନଷ୍ଟାଗ୍ରାମରେ ହିମାଳୟର ଏହି ଫଟୋ ସେୟାର କରିଛି ଯେଉଁଥିରେ ଭାରତର ରାଜଧାନୀ ଦିଲ୍ଲୀ ମଧ୍ୟ ରାତିରେ ଚମକୁଛି ।
ଅନ୍ତରୀକ୍ଷ ଏଜେନ୍ସି ନାସା ଅନୁସାରେ,ଆନ୍ତର୍ଜାତୀୟ ଅନ୍ତରୀକ୍ଷ ଷ୍ଟେସନରେ ଥିବା ଚାଳକ ଦଳର ସଦସ୍ୟ ଏହି ଫଟୋକୁ କ୍ୟାମେରାରେ ଉତ୍ତୋଳନ କରିଛନ୍ତି । ନାସା ଏହି ଫଟୋ ସହ ଲମ୍ବା କ୍ୟାପସନରେ ଲେଖିଛନ୍ତି- ବିଶ୍ୱର ସବୁଠୁ ଉଚ୍ଚ ପର୍ବତ ଶୃଙ୍ଖଳା ୫କୋଟି ବର୍ଷ ଯାଏଁ ହିନ୍ଦ ଏବଂ ୟୁରେସିୟନ ଟେକଟୋନିକ୍ ପ୍ଲାଣ୍ଟ ଧକ୍କା ଫଳରେ ଉତ୍ପନ୍ନ ହୋଇଥିଲା । ପର୍ବତ ଶୃଙ୍ଖଳାର ଦକ୍ଷିଣରେ ଭାରତ ଏବଂ ପାକିସ୍ତାନର କୃଷି କ୍ଷେତ୍ର ରହିଛି ।
ଏହି ଫଟୋ ଏତେ ସୁନ୍ଦର ଦେଖାଯାଉଛି ଯେ ସୋସିଆଲ ମିଡିଆରେ ଏହା ଜୋରସୋରରେ ଭାଇରାଲ୍ ହେଉଛି । ୨ଦିନ ତଳେ କରାଯାଇଥିବା ଏହି ପୋଷ୍ଟକୁ ଏବେ ସୁଦ୍ଧା ୧୨୪୦୯୨୦ରୁ ଅଧିକ ଲାଇକ୍ ଏବଂ ଅନେକ କମେଣ୍ଟସ୍ ମିଳିଛି ।